Categories: ଜାତୀୟ

ଅଯୋଧ୍ୟା ଯିବ ୩ ଟ୍ରକ୍‌ ଲଡୁ, ପ୍ରସ୍ତୁତିରେ ଲାଗିଛନ୍ତି ୧୦୦ କାରିଗର

ଭୋପାଳ,୧୩ା୧: ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଆସନ୍ତା ୨୨ ତାରିଖରେ ଆୟୋଜିତ ହେବାକୁ ଯାଉଛି। ଏହି ସମାରୋହରେ ମଧ୍ୟପ୍ରଦେଶର ଉଜେନରୁ ବାବା ମହାକାଳଙ୍କ ଲଡୁ ପ୍ରସାଦ ଅଯୋଧ୍ୟାକୁ ପଠାଯାଉଛି। ପ୍ରସାଦ ପାଇଁ ଲଡୁ ତିଆରି କରୁଥିବା କାରିଗରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି। ଜାନୁଆରୀ ୧୬ରୁ ଏହି ଲଡୁଗୁଡ଼ିକୁ ଟ୍ରକ୍‌ରେ ଅଯୋଧ୍ୟାକୁ ପଠାଯିବ।

ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଦ୍ୱାରା ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ମହାକାଳ ମନ୍ଦିରରୁ ୫ ଲକ୍ଷ ଲଡୁ ପ୍ରସାଦ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି। ମନ୍ଦିର ପରିଚାଳନା କମିଟି ଦ୍ୱାରା ଲଡୁ ପ୍ରସ୍ତୁତ କରାଯାଉଛି। ମହାକାଳ ମନ୍ଦିରର ସହକାରୀ ପ୍ରଶାସକ ମୂଲଚନ୍ଦ ଜୁନଓ୍ବାଲ କହିଛନ୍ତି, ୫ ଲକ୍ଷ ଲଡୁ ପାଇଁ ୫ ଲକ୍ଷ ପ୍ୟାକେଟ୍‌ ପ୍ରସ୍ତୁତ କରାଯାଉଛି ଏବଂ ଏହା ପୂର୍ବରୁ ୮୦ ଜଣ କାରିଗର ଲଡୁ ତିଆରି କରୁଥିଲେ, କିନ୍ତୁ ସମୟକୁ ଦୃଷ୍ଟିରେ ରଖି ଆହୁରି ୨୦ ଜଣ କାରିଗର ବୃଦ୍ଧି କରାଯାଇଛି।

Share