Categories: ଜାତୀୟ

୧୫ ଅଗଷ୍ଟରେ ୩ ପ୍ରକାର ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୨୮।୭ : ସ୍ବାଧୀନତା ଦିବସ ଅବସରରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଗୁପ୍ତଚର ଏଜେନ୍ସି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥର ତିନି ପ୍ରକାରର ଗୁପ୍ତଚର ଆଲର୍ଟ ଅଛି। ଏହା ଆଧାରରେ ସୁରକ୍ଷା ଏଜେନ୍ସିମାନେ ସଜାଗ ରହିଛନ୍ତି। ଅଗଷ୍ଟ ୧୫ ଅବସରରେ ବିଭିନ୍ନ ପ୍ରକାରର ସମ୍ଭାବ୍ୟ ବିପଦ ବିଷୟରେ ସୁରକ୍ଷା ଏଜେନ୍ସିମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏଥିରେ ଟେକ୍ନୋଲୋଜିର ବ୍ୟବହାରଠାରୁ ଆରମ୍ଭ କରି ଲଞ୍ଚ ପ୍ୟାଡ ସକ୍ରିୟ ଏବଂ ଆତଙ୍କବାଦୀଙ୍କ ଅନୁପ୍ରବେଶ ପର୍ଯ୍ୟନ୍ତ ଗୁପ୍ତତଥ୍ୟ ସାମ୍ନାକୁ ଆସିଛି।

ପ୍ରଥମ ସତର୍କତା ହେଉଛି ଡ୍ରୋନ ଆକ୍ରମଣ ଦ୍ୱାରା ବିପଦ ସୃଷ୍ଟି କରିବା। ଗୁପ୍ତଚର ଆଲର୍ଟ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ଯେ ଆତଙ୍କବାଦୀମାନେ ଏଥିପାଇଁ ପାକ୍‌ ଅଧିକୃତ କଶ୍ମୀରରେ ଡ୍ରୋନର ବ୍ୟବହାର ଦ୍ୱାରା ଆକ୍ରମଣ ଲାଗି ଅଭ୍ୟାସ କରୁଛନ୍ତି।

ଦ୍ୱିତୀୟ ସତର୍କତା ହେଉଛି ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ ପାଇଁ ଅତ୍ୟାଧୁନିକ ଆଇଇଡ଼ି ବ୍ୟବହାର କରିବାର ଷଡ଼ଯନ୍ତ୍ର ରଚିଛନ୍ତି।

ତୃତୀୟ ଆଲର୍ଟରେ ପାକ୍‌ ଅଧିକୃତ କଶ୍ମୀରର କୋଟିଲ (କେଓଟିଆଇଏଲ) ନାମକ ଏକ ଲଞ୍ଚ ପ୍ୟାଡରୁ ଆତଙ୍କବାଦୀ ଅନୁପ୍ରବେଶ ଯୋଜନା କରିଛନ୍ତି। ସେହିପରି ଦିଲ୍ଲୀରେ ପହଞ୍ଚିବା ପାଇଁ ପାକ୍‌ ଅଧିକୃତ କଶ୍ମୀରର ଡାଟୋଟେ ନାମକ ଏକ ଲଞ୍ଚ ପ୍ୟାଡରୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରାଯାଉଥିବା ଗୁପ୍ତ ସୂଚନା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଗୁପ୍ତଚର ଆଲର୍ଟରେ ସୁରକ୍ଷା ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଯଦି କୌଣସି ସନ୍ଦେହଜନକ ଜିନିଷ ମିଳେ ତେବେ ଏହାକୁ ଅତି ଯତ୍ନର ସହ ଅନୁସନ୍ଧାନ କର। ଯଦି ଏକ ବୋମା ଅଛି, ତେବେ ଏହାକୁ ନିଷ୍କ୍ରିୟ କରିବା ଲାଗି ଅତିରିକ୍ତ ସତର୍କ ରୁହନ୍ତୁ । କାରଣ ଅତ୍ୟାଧୁନିକ ଆଇଇଡ଼ି ଗୁଡିକ ଧାତୁ ଡିଟେକ୍ଟରଗୁଡ଼ିକୁ ମଧ୍ୟ ଅକାମୀ କରିପାରେ। ତେଣୁ, ଧାତବ ଡିଟେକ୍ଟର ସହିତ ମୁତୟନ ହୋଇଥିବା ପୋଲିସ କର୍ମଚାରୀମାନେ ମଧ୍ୟ ବିଶେଷ ଯତ୍ନ ଏହାୀ ସଠିକ ଯାଞ୍ଚ କରିବା ଜରୁରୀ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share