୩ ବିଶ୍ୱବିଦ୍ୟାଳୟ କୁଳପତି ପଦବୀ ପୂରଣ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର, ୨୬ା୧୧ (ବ୍ୟୁରୋ): ରାଜ୍ୟର ଆଉ ୩ ବିଶ୍ୱବିଦ୍ୟାଳୟରେ କୁଳପତି ପଦବୀ ପୂରଣ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରେଭେନ୍‌ଶା, ସମ୍ବଲପୁର ଓ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ପାଇଁ ବୁଧବାର ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଡିସେମ୍ବର ୨୧ ସୁଦ୍ଧା ପ୍ରାର୍ଥୀମାନେ ଆବେଦନ କରିବାକୁ କୁହାଯାଇଛି। ସୂଚନାଯୋଗ୍ୟ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଗତ ୨୩ତାରିଖ ଦିନ ୬ ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତି ଦେଇଥିଲେ। ସେଗୁଡ଼ିକ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ।

Share