ଧାମନଗର,୫।୮(ଡି.ଏନ୍.ଏ.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ଧାମନଗର ବ୍ଲକ କଟସାହି ପଞ୍ଚାୟତର ସରପଞ୍ଚ ଅଞ୍ଜନା ଲେଙ୍କା ପଞ୍ଚାୟତର ୩ଟି ଓ୍ବାର୍ଡ ୧,୨,୩ କୁ ବୁଧବାରଠାରୁ ଶଟ୍ଡାଉନ ଘୋଷଣା କରିଛନ୍ତି। ଧାମନଗର କୋଅପରେଟିଭ ବ୍ୟାଙ୍କର ଜଣେ କର୍ମଚାରୀ ପଜିଟିଭ ବାହାରିବା ପରେ ସରପଞ୍ଚ ଦୁଇ ଦିନିଆ ଶଟଡାଉନ ଘୋଷଣା କରି ୩ ୱାର୍ଡକୁ ଘେରିବନ୍ଦୀ କରିଛନ୍ତି । ପଜିଟିଭଙ୍କ ପରିବାର ଲୋକଙ୍କ ଟେଷ୍ଟ ପାଇଁ ଦାବି ହୋଇଥିବା ଜଣାପଡ଼ିଛି।