Categories: ଖେଳ

ଅନ୍ତିମ ମୁକାବିଲାରେ ଟସ୍‌ ହାରିଲେ ବି ଇତିହାସ ରଚିପାରେ ଟିମ୍‌ ଇଣ୍ଡିଆ ! ପ୍ରଶଂସକ ଏଭଳି କରୁଛନ୍ତି ଆକଳନ

ଲଣ୍ଡନ,୭।୯: ଇଂଲଣ୍ଡ ବିପକ୍ଷରେ ଖେଳୁଥିବା ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଚତୁର୍ଥ ମୁକାବିଲା ଜିତି ୨-୧ରେ ଅଗ୍ରଣୀ ହାସଲ କରିଛି ଭାରତ। ସିରିଜର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ସେପ୍ଟେମ୍ବର ୧୦ରୁ ମଞ୍ଚେଷ୍ଟରରେ ଖେଳାଯିବ। ଏହି ଟେଷ୍ଟ ପୂର୍ବରୁ ଦଳର ଭବିଷ୍ୟତ ଜଣାପଡ଼ିଛି। ଯେଉଁ ଟିମ୍‌ ଟସ୍‌ ହାରିବ, ବିଜେତା ସେ ହେବ ବୋଲି କୁହାଯାଉଛି। ଚକିତ ହୋଇଗଲେ ନା..।

ସାଧାରଣତଃ ଟସ୍‌ ଜିତୁଥିବା ଦଳ ଲାଭରେ ଥାଏ, ତାର ମ୍ୟାଚ୍‌ ଜିତିବାର ଅଧିକ ସମ୍ଭାବନା ଥାଏ ବୋଲି କୁହାଯାଏ। ହେଲେ ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ସିରିଜରେ ଏହାର ଓଲଟା ଦେଖିବାକୁ ମିଳିଛି। ସିରିଜରେ ତୃତୟ ଥର ପାଇଁ ଟସ୍‌ ହାରିଥିବା ଦଳ ମ୍ୟାଚ୍‌ ଜିତିଛି। ଇଂଲଣ୍ଡ ଟିମ୍‌ ଲର୍ଡସ୍‌ ଏବଂ ଓଭାଲ ଟେଷ୍ଟରେ ଟସ୍‌ ଜିତିଥିଲେ ହେଁ ମ୍ୟାଚ୍‌ ହାରିଛି। ସେହିଭଳି ଲିଡ୍ସରେ ଭାରତ ଟସ୍‌ ଜିତିଥିଲା। ଏଣୁ ଚଳିତ ସିରିଜରେ ଟସ୍‌ ହାରୁଥିବା ଦଳ ମ୍ୟାଚ୍‌ ଜିତୁଛି ବୋଲି ପ୍ରଶଂସକମାନେ ଆଲୋଚନା କରୁଛନ୍ତି। ଏଣୁ ସେମାନେ ଭାରତୀୟ ଦଳ ଆଗାମୀ ଟେଷ୍ଟରେ ଟସ୍‌ ହରାଉ ବୋଲି ଚାହିଁବା ସହ ୧୪ ବର୍ଷ ପରେ ଇଂଲଣ୍ଡରେ ଦଳ ବିଜେତା ହେଉ ବୋଲି ଆଶା ଆଶା ପ୍ରକାଶ କରିଛନ୍ତି।