ବିଦ୍ୟୁତତାର ସଂସ୍ପର୍ଶରେ ଆସି ୩ ମହିଳା ମୃତ

କେନ୍ଦୁଝର,୨୨ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଟାଙ୍ଗିରି ଗାଁ ଜୁଆଙ୍ଗସାହିରେ ଶନିବାର ବିଦ୍ୟୁତତାର ଲାଗି ୩ ମହିଳାଙ୍କ ଜୀବନ ଯାଇଛି। ଏକ ଛେଳିକୁ ବଞ୍ଚାଇବାକୁ ଯାଇ ଏହି ମହିଳାମାନେ ବିଦ୍ୟୁତତାର ସଂସ୍ପର୍ଶରେ ଆସି ଯାଇଥିଲେ।

ମୃତକମାନେ ହେଲେ ଜୁଆଙ୍ଗ ସାହିର ସାହିର ମଗିଶିରିଆ ଜୁଆଙ୍ଗଙ୍କ ସ୍ତ୍ରୀ ନିରାଧି(୪୫), ସିଙ୍ଗା ଜୁଆଙ୍ଗଙ୍କ ସ୍ତ୍ରୀ କାଠି(୬୨) ଓ କୁନା ଜୁଆଙ୍ଗଙ୍କ ସ୍ତ୍ରୀ ମଞ୍ଜରୀ(୩୫) ଆଜି ସକାଳେ ଛେଳି ଚରାଇବା ପାଇଁ ଜଙ୍ଗଲକୁ ଯାଇ ଅପରାହ୍ନରେ ଘରକୁ ଫେରୁଥିଲେ। ତେବେ ଗାଁର  ଦୁଇ ଚାଷୀ ନିଜ ଜମିକୁ ନେଇଥିବା ବିଦ୍ୟୁତତାର ଛିଣ୍ଡି ରାସ୍ତାରେ ପଡ଼ିଥିଲା।  ଗୋଟିଏ ଛେଳି ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସିଯାଇଥିଲା। ଛେଳିକୁ ବଞ୍ଚାଇବା ପାଇଁ ଯାଇ ଜଣେ ପରେ ଜଣେ ବିଦ୍ୟୁତତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି।

Share