ରେଷ୍ଟୁରାଣ୍ଟରେ କରୋନା ଭାକ୍ସିନ ସାର୍ଟିଫିକେଟ୍‌ ମାଗିବାରୁ ରାଗିଗଲେ ୩ ମହିଳା, ଆଉ ତା’ ପରେ…

ଓ୍ବାଶିଂଟନ,୧୮ା୯: ଆମେରିକାର ନ୍ୟୁୟର୍କସ୍ଥିତ ଏକ ପ୍ରତିଷ୍ଠିତ ରେଷ୍ଟୁରାଣ୍ଟର ଜଣେ ମହିଳା କର୍ମଚାରୀ ୩ ଗ୍ରାହକଙ୍କୁ କରୋନା ଭାକ୍ସିନ ସାର୍ଟିଫିକେଟ୍‌ ମାଗିବା ମହଙ୍ଗା ପଡ଼ିଛି। ଏହି ଘଟଣାର ଭିଡିଓ କେହି ଜଣେ ଗ୍ରାହକ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଶେୟାର କରି ଦେଇଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି, ରେଷ୍ଟୁରାଣ୍ଟକୁ ପ୍ରବେଶ କରୁଥିବା ୩ ମହିଳାଙ୍କୁ ରେଷ୍ଟୁରାଣ୍ଟର ଜଣେ ମହିଳା କର୍ମଚାରୀ କରୋନା ଭାକ୍ସିନ ସାର୍ଟିଫିକେଟ ମାଗିଥିଲେ। ଏହି ସମୟରେ ୩ ଜଣ ମହିଳା ଖୁବ୍‌ ରାଗି ଯାଇଥିଲେ। ଖାଲି ସେତିକି ନୁହେଁ, ରେଷ୍ଟୁରାଣ୍ଟର କର୍ମଚାରୀଙ୍କୁ ପିଟିଥିଲେ। ଏଥିରେ କର୍ମଚାରୀଙ୍କ ହାଡ଼ ଭାଙ୍ଗି ଯାଇଛି।

ନ୍ୟୁୟର୍କରେ ହୋଟେଲରେ ବସି ଖାଇବାକୁ ହେଲେ କରୋନା ଟିକା ପ୍ରମାଣପତ୍ର ଜରୁରୀ। ପ୍ରମାଣପତ୍ର ନ ଦେଖାଇଲେ ଖାଇବାକୁ ମିଳିବ ନାହିଁ। ଏହି କାରଣରୁ ରେଷ୍ଟୁରାଣ୍ଟର କର୍ମଚାରୀ ୩ ମହିଳାଙ୍କୁ କରୋନା ଟିକା ପ୍ରମାଣପତ୍ର ଦେଖାଇବାକୁ କହିଥିଲେ। ଏଥିରେ ମହିଳାମାନଙ୍କ ରାଗ ମୁଣ୍ଡକୁ ଚଢ଼ି ଯାଇଥିଲା। ସେ ରେଷ୍ଟୁରାଣ୍ଟର ମହିଳା କର୍ମଚାରୀଙ୍କୁ ପିଟିବା ସହ ଅନ୍ୟ କର୍ମଚାରୀମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏହି ଅଭିଯୋଗରେ ୩ ମହିଳାଙ୍କୁ ଗିରଫ କରାଯାଇଛି।

Share