ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ଜୀବନ ଗଲା, ଜଣେ ଗୁରୁତର

କୁଚିଣ୍ଡା,୨୪ା୮: ସମ୍ବଲପୁର ଜିଲା କୁଚିଣ୍ଡାରେ ଶ୍ୱାସରୁଦ୍ଧ ହୋଇ ଶନିବାର ୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଳୁଥିବା ବେଳେ ଏହି ଅଘଟଣ ଘଟିଛି। ଯମନକିରା ଥାନା ପୁକୁଡ଼ା ଗାଁରେ ୪ ଜଣ ଶ୍ରମିକ କାମ କରୁଥିଲେ। ଏହି ସମୟରେ ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଲୁଥିଲେ। ଭିତରକୁ ପଶିଥିବା ବେଳେ ଶ୍ୱାସରୁଦ୍ଧ ହୋଇପଡ଼ିଥିଲେ।

ମୃତକମାନେ ହେଲେ ଶ୍ରୀକାନ୍ତ ମୁଣ୍ଡା, ଭରତ ରଣା ଓ ବସନ୍ତ ଦେହୁରୀ। ଗୁରୁତର ସିଦ୍ଧାର୍ଥ ମୁଣ୍ଡାଙ୍କୁ ସମ୍ବଲପୁର ଜିଲା ମେଡିକାଲରୁ ସ୍ଥାନାନ୍ତର କରାଯାଇଛି।