ବଣାଇଁ,୨୫ା୨(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଖଣି ନିଗମ କୁର୍ମିତାର ଲୌହ ଖଣିରେ ଖଣି ଖନନ ପାଇଁ ନୂଆ ଠିକା ପାଇଥିବା କମ୍ପାନୀ ଏବେ ଖଣି ଖନନ ପରେ ଉତ୍ତୋଳିତ ଲୁହାପଥରକୁ କନଭେୟର ବେଲ୍ଟ ସାହାଯ୍ୟରେ ରପ୍ତାନୀ ପାଇଁ କାମ ଚଳାଇଛି। ଏହି କାମ ପୁଣି ଏଲ୍ ବି ଆର୍ ନାମକ ଠିକା ସଂସ୍ଥାକୁ ଦେଇ କାମ ଚାଲୁ ରଖିଛ। ମଙ୍ଗଳବାର ଦମାଳୁ ଠାରେ କାମ ଚାଲିଥିବା ସମୟରେ ମାଟି ଅତଡ଼ା ଖସି ପଡ଼ିଥିଲା ଓ ଏଥିରେ ତିନିଜଣ ଶ୍ରମିକ ମାଟି ତଳେ ଚାପି ହୋଇ ଯାଇଥିଲେ। ସେମାନେ ହେଲେ ଦୁଇଜଣ ମହିଳା ନାତନି ହରୋ, ଫୁଲମଣି ଟପ୍ପୋ ଓ ଜଣେ ପୁରୁଷ ଅଗସ୍ତି ମୁଣ୍ଡା। ତାଙ୍କୁ ଉଦ୍ଧାର କରି ପ୍ରଥମେ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି। ଅପରପକ୍ଷରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ଓ ଠିକା ସଂସ୍ଥା ଏଲ୍ବିଆର୍ର ସାଇଡ ଇନଚାର୍ଜଙ୍କୁ ଦମାଳୁ ଗ୍ରାମବାସୀ ପ୍ରବଳ ମାଡ଼ ମାରିଥିବା ଜଣାପଡିଛି। ଲହୁଣିପ ପୋଲିସକୁ ଏଥିନେଇ ସୂଚନା ମିଳିବା ପରେ ପୋଲିସ ଏବେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିଥିବା ସ୍ପଷ୍ଟ ହୋଇଛି।