୧୩ ବର୍ଷ ପରେ ପୁଣିଥରେ ଆଇଆଇଏମ୍ ବେଙ୍ଗାଲୁରୁ ଯିବେ ଆମିର

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ବ୍ଲକବୁଷ୍ଟର ଫିଲ୍ମ ୩ ଇଡିଅଟ୍ସକୁ ରିଲିଜ୍ ହୋବର ୧୩ ବର୍ଷ ହୋଇ ଗଲାଣି । ଏହି ୧୩ ବର୍ଷ ପରେ ପୁଣିଥରେ ଆମିର ଆଇଆଇଏମ୍ ବେଙ୍ଗାଲୁରୁ ଯିବେ ବୋଲି ଜଣାପଡିଛି । ଆମିରଙ୍କୁ ଆଇଆଇଏମ୍ ବାର୍ଷିକ ଅନ୍ତରାଷ୍ଟ୍ରୀୟ ଶିଖର ସମ୍ମିଳନୀ ଭିଷ୍ଟାରେ ଏକ ବିଶେଷ ବାର୍ତ୍ତା ଦେବାକୁ ନିମନ୍ତ୍ରଣ କରାଯାଇଛି । ସେଠାରେ ସେ ଶିକ୍ଷାର୍ଥିଙ୍କ ସହ କଥା ହେବେ । ଏହାସହ ଚଳଚ୍ଚିତ୍ର ଓ ଜୀବନରେ ପରିଚାଳନାର ଦିଗ ବିଷୟରେ ଆଲୋଚନା କରିବେ ।
ଆମିରଙ୍କ ସହ ଆହୁରି କେତେଜଣ ଜଣାଶୁଣା ବ୍ୟକ୍ତିତ୍ୱ ଆଇଆଇଏମ ବେଙ୍ଗାଲୁରୁର ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏମାନଙ୍କ ମଧ୍ୟରେ ଫିଲ୍ମ ନିର୍ମାତା ଅଦୈତ ଚନ୍ଦନ, ଅଭିନେତ୍ରୀ ମୋନା ସିଂ, ଅଭିନେତା ନାଗା ଚୌତନ୍ୟ, ପିୟୁଷ ବଂଶଲଙ୍କ ସିଇଓ ଓ ଲେନ୍ସ କାର୍ଟର ସହ-ସଂସ୍ଥାପକ, ବେଦାନ୍ତର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଓ ଡେଲାଇଟର ପୁନିତ ରେନଜେନ ଗ୍ଲୋବାଲ ସିଇଓ ସାମିଲ ହେବେ । ସୂଚନାଯୋଗ୍ୟ, ଆମିର ଏବେ ତାଙ୍କ ଫିଲ୍ମ ‘ଲାଲ ସିଂ ଚଢା’ର ରିଲିଜ୍ ପାଇଁ ବ୍ୟସ୍ତ ଥିବା ବେଳେ ଏହା ଅଗଷ୍ଟ ୧୧ରେ ରିଲିଜ ହେବ ।

Share