ମା’ ଆଗରେ ଚାଲିଗଲା ଶିଶୁପୁତ୍ରର ଜୀବନ

ପୋଲସରା,୧୬ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ଚିରିକିପଡ଼ା ଶାସନ ପଞ୍ଚାୟତ ବିରିପୁର ଗ୍ରାମ ପୋଖରୀରେ ବୁଡି ବୁଧବାର ଗ୍ରାମର ଅରୁଣ ବିଷୋୟୀଙ୍କ ୩ ବର୍ଷୀୟ ପୁଅ ରଞ୍ଜିତଙ୍କ ମୃତ୍ୟୁ ଘଟିଛି। ରଞ୍ଜିତଙ୍କୁ ନେଇ ତାଙ୍କ ମା’ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ରଞ୍ଜିତ ପୋଖରୀ ହୁଡାରେ ବସିଥିଲେ। କିଛି ସମୟ ପରେ ରଞ୍ଜିତଙ୍କୁ ନ ପାଇ ମା’ ଚିତ୍କାର କରିଥିଲେ। ଖବରପାଇ ଗ୍ରାମବାସୀ ଓ ପରିବାର ଲୋକେ ପହଞ୍ଚି ପୋଖରୀରେ ଖୋଜାଖୋଜି କରିଥିଲେ। ଅଚେତ ଅବସ୍ଥାରେ ରଞ୍ଜିତଙ୍କୁ ଉଦ୍ଧାର କରି ପୋଲସରା ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପୋଲସରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Share