ପାଟଣା,୧୭୩(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଶ୍ରୀ ବିଦ୍ୟା ବାଟିକାରେ ଅଧ୍ୟୟନ କରୁଥିବା ତୁରୁମୁଙ୍ଗା ଗ୍ରାମର ଦେବେଶ ସାହୁ ଏବଂ ରୋଜାଲିନ ବେହେରାଙ୍କ ୩ ବର୍ଷର ପୁତ୍ର ଦେବ୍ୟାଂଶ ସାହୁ (ରେହାନ) ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି। ଯାହାକୁ ନେଇ ସମ୍ପୂର୍ଣ୍ଣ ପରିବାର ସହ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ମାତ୍ର ୩ ବର୍ଷ ବୟସରେ ଭଲ ଭାବେ ପାଟି ଫିଟି ନ ଥିବା କୁନି ପୁଅ ଦେବ୍ୟାଂଶଙ୍କ ବିଚକ୍ଷଣ ବୁଦ୍ଧିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ଦେବ୍ୟାଂଶ ତୁରୁମୁଙ୍ଗା ସ୍ଥିତ ଶ୍ରୀ ବିଦ୍ୟା ବାଟିକାରେ ପଢ଼ୁଥିବାବେଳେ ୮ ପ୍ରକାର ପନି ପରିବା ୯ଟି ଅକୃତ୍ତି, ୮ଟି ପକ୍ଷୀ, ୧୨ କୀଟ, ୧୦ ଯାନ, ଶରୀରର ୧୬ ଟି ଅଙ୍ଗ, ୮ଟି ରାଇମ୍ସ, ୭ ଫଳ,୧୨ଟି ପ୍ରାଣୀ, ଇଂରାଜୀ ବର୍ନମାଳା ଆଦି ଜାଣି ତାର ନାମକରଣ କରି ପାରୁଥିବାରୁ ତାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ମିଳିଛି । ଦେବ୍ୟାଂଶଙ୍କ ନିର୍ଭୁଲ ସଂସ୍କୃତ ଶ୍ଳୋକ, ଇଂରାଜୀ ରାଇମ୍ସ, କହିବାର ଭିଡିଓ କରି ମା’ ବାପା ଇଣ୍ଡିଆ ବୁକ ଅଫ ରେକର୍ଡକୁ ମେଲ ଯୋଗେ ପଠାଇଥିଲେ। ଶ୍ରେୟାଂଶୀକୁ ୨୦୨୫ର ଆଚିଭର୍ସ ଭାବେ ଚୟନ କରାଯାଇଛି । ପୁରସ୍କାର ଭାବେ ହରିୟାନାରୁ କୋରିୟର ଯୋଗେ ମେଡାଲ, ପ୍ରମାଣପତ୍ର,ବ୍ୟାଚ, ପରିଚୟପତ୍ର,ପେନ ଓ ମାଗାଜିନ ପ୍ରଦାନ କରାଯାଇଛି।
୩ ବର୍ଷ କୁନି ପୁଅର ସଫଳତାକୁ ନେଇ ରବିବାର ଶ୍ରୀ ବିଦ୍ୟା ବାଟିକା ପରିସରରେ ବିଦ୍ୟାଳୟ ପକ୍ଷରୁ ବିଦ୍ୟାଳୟ ପରିଚାଳନା ଅଧ୍ୟକ୍ଷ ଅନିଲ ଚାୱଡ଼ା, ଶିକ୍ଷାବିତ ଗୋପୀନାଥ ସାହୁ,ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକ, ଦେବ୍ୟାଂଶଙ୍କ ବାପା ଦେବେଶ ସାହୁ ମା’ ରୋଜାଲିନ ସାହୁଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରିବା ସହ କୁନି ପୁଅର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।