ଛତ୍ରପୁର, ୧୦।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମପଞ୍ଚାୟତର ଲକ୍ଷ୍ମଣନଗର ଅଞ୍ଚଳର ଏନ.କ୍ରିଷ୍ଣା ରେଡ୍ଡୀ ଓ ଉର୍ମିଳା ରେଡ୍ଡୀଙ୍କ ୩ ବର୍ଷର କନ୍ୟା ଅନୁଷ୍କାଙ୍କ ଦୁଇଟି କିଡ଼ନୀ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । କଟକ ଶିଶୁ ଭବନରେ ଡାଏଲିସିସ କରାଯାଉଛି । ଏଥି ନିମନ୍ତେ ଅନୁମାନିକ ୩୦ ଲକ୍ଷ ଖର୍ଚ୍ଚ ହେବ । ଏଥିସହିତ ଓଡ଼ିଶାରେ ନ ହୋଇ ସୁଦୁର ବାଙ୍ଗାଲୋରରେ ଚିକିତ୍ସା କରାଯିବ। ମା ତାଙ୍କ ଝିଅକୁ କିଡ଼ନୀ ଦେବେ ବୋଲି ମନସ୍ଥ କରିଥିଲେ ହେଁ ଅର୍ଥ ବାଧକ ସାଜିଥିଲା। ଏସମ୍ପର୍କରେ ଖବରପାଇ ଛତ୍ରପୁର ବ୍ଲକ ମ୍ୟୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡଣ୍ଟ ଡାକ୍ତର ସ୍ବାଧୀନ ରଥ ସୋମବାର ଏକ ସ୍ବାସ୍ଥ୍ୟ ଟିମ ନେଇ ଅନୁସ୍କାଙ୍କ ଘରକୁ ଯାଇଥିଲେ। ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ କିଡ଼ନୀ ରୋଗୀଙ୍କ ସ୍ବାସ୍ଥ୍ୟ ବିଭାଗ ଚିକିତ୍ସା କରୁଛି ବୋଲି ସୁପରିଟେଣ୍ଡଣ୍ଟ କହିଛନ୍ତି ଭଲ ରେଫରାଲ ୟୁନିଟକୁ ପଠାଇ କିଭଳି ଶିଶୁଟିର କିଡ଼ନୀ ପ୍ରତ୍ୟାରୋପଣ କରାଯିବ ସେଥିପ୍ରତି ଧ୍ୟାନ ଦିଆଯିବ। ଉକ୍ତ ସ୍ବାାସ୍ଥ୍ୟ ଟିମରେ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଡାକ୍ତର ସୃତି ସାଗର ନାୟକ ଓ ଡାକ୍ତର ମଧୁସ୍ମିତା ବେହେରା ଏବଂ ତାଙ୍କ ଟିମ ଓ ଚମାଖଣ୍ଡି ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର କିରଣ ପଣ୍ଡା, ଏଏନଏମ, ଅଙ୍ଗନଓ୍ବାଡି କର୍ମୀ, ଆଶାକର୍ମୀ ସାମିଲ ଥିଲେ। ସୂଚନାଯୋଗ୍ୟ ଅନୁଷ୍କା ଜନ୍ମର ୯ ମାସରୁ ବ୍ରହ୍ମପୁର , ଭୁବନେଶର, କଟକ ଓ ଶ୍ରିକାକୁଲମ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲେ ସୁଦ୍ଧା ରୋଗ ଚିହ୍ନଟ ହୋଇପାରିନଥିଲା l ୨୦୨୫ ଜାନୁଆରୀ ଶେଷରେ କଟକ ଶିଶୁ ଭବନରେ ଏହି ରୋଗ ଚିହ୍ନଟ ହୋଇଥିଲା।