Posted inଜାତୀୟ

୩ ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ହେଲେ ବିଧାନସଭାକୁ ଫେରିବେ ବୋଲି ରାଗରେ କହିଥିଲେ, ଆଜି ତାହା କରିଦେଖାଇଲେ ଚନ୍ଦ୍ରାବାବୁ

ଅମରାବତୀ, ୫ା୬:ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ତେଲୁଗୁଦେଶମ୍‌ ପାର୍ଟି (ଟିଡିପି) ବଡ଼ ବିଜୟ ହାସଲ କରିଛି। ଏଥର ଟିଡିପି ଭାଜପା ଏବଂ ପଓ୍ବନ କଲ୍ୟାଣଙ୍କ ଜନସେନା ପାର୍ଟି (ଜେଏସ୍‌ପି) ସହ ଏକାଠି ଲଢ଼ିଥିଲା। ୧୭୫ ଆସନ ବିଶିଷ୍ଟ ବିଧାନସଭାରେ ଟିଡିପି ୧୩୫ ଆସନରେ ଜିିତି ଥିବାବେଳେ ସହଯୋଗୀ ଦଳ ଜେଏସ୍‌ପିକୁ ୨୧ ଏବଂ ଭାଜପାକୁ ୮ ଆସନ ମିଳିଛି। ଅନ୍ୟପକ୍ଷରେ ବିଦାୟୀ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଓ୍ବାଇଏସ୍‌ଆର୍‌ସିପି ଶୋଚନୀୟ ପରାଜୟବରଣ କରିଛି। ଏହି ଦଳ ମାତ୍ର ୧୧ଟି ଆସନରେ ସୀମିତ ରହିଛି। ଏପରିକି ଜଗନଙ୍କ ମନ୍ତ୍ରିମଣ୍ଡଳର ଜଣେ ମନ୍ତ୍ରୀଙ୍କୁ ବାଦ୍‌ଦେଲେ ଅନ୍ୟମାନେ ଏବଂ ବିଧାନସଭା ବାଚସ୍ପତି ଥାମିଲେନି ସୀତାରାମ ପରାଜିତ ହୋଇଛନ୍ତି।
ନିର୍ବାଚନରେ ପରାଜୟକୁ ଜଗନମୋହନ ସ୍ବୀକାର କରିବା ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ସେ ରାଜ୍ୟପାଳ ଏସ୍‌. ଅବଦୁଲ ନାଜିରଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ନୂଆ ସରକାର ଗଠନ ପର୍ଯ୍ୟନ୍ତ ସେ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ରହିବେ। ମେ’ ୧୩ରେ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଟିଡିପି ୧୪୪ ଆସନରେ ପ୍ରାର୍ଥୀ ଦେଇଥିବାବେଳେ ଜେଏସ୍‌ପି ୨୧ ଏବଂ ଭାଜପା ୧୦ ଆସନରେ ଲଢ଼ିଥିଲା।
ସୂଚନାଯୋଗ୍ୟ, ୩ ବର୍ଷ ପୂର୍ବେ କ୍ଷୁବ୍ଧ ଚନ୍ଦ୍ରାବାବୁ ବିଧାନସଭା ଛାଡ଼ି ଚାଲିଯାଇଥିଲେ। ସେ କେବଳ ମୁଖ୍ୟମନ୍ତ୍ରୀ ହେଲେ ବିଧାନସଭାକୁ ଫେରିବେ ବୋଲି ସେତେବେଳେ କହିଥିଲେ। କିଛି ମାସ ପୂର୍ବରୁ ଦୁର୍ନୀତି ମାମଲାରେ ଚନ୍ଦ୍ରାବାବୁଙ୍କୁ ଗିରଫ କରାଯାଇଥିଲା। ଏବେ ଟିଡିପିର ଐତିହାସିକ ବିଜୟ ସହ ତାଙ୍କ ସଂକଳ୍ପ ପୂରା ହୋଇଛି। ବର୍ତ୍ତମାନର ବିଧାନସଭାରେ ଟିଡିପି ବିଧାୟକଙ୍କ ସଂଖ୍ୟା ୨୩ ଥିଲା। ଲୋକ ସଭା ନିର୍ବାଚନରେ ମଧ୍ୟ ଟିଡିପି ଭଲ ପ୍ରଦର୍ଶନ କରିଛି। ଆନ୍ଧ୍ରର ୨୫ ଲୋକ ସଭା ଆସନରୁ ଟିଡିପି ୧୬ ଆସନ ଜିତୁଥିବାବେଳେ ଏହାର ସହଯୋଗୀ ଭାଜପା ଏବଂ ଜନସେନା ପାର୍ଟି ଯଥାକ୍ରମେ ୩ ଓ ୨ ଆସନରେ ବିଜୟୀ ହେବାକୁ ଯାଉଛନ୍ତି। ଏଥିସହ ଚନ୍ଦ୍ରାବାବୁ କେନ୍ଦ୍ରରେ ନୂଆ ସରକାର ଗଠନ ପାଇଁ କିଙ୍ଗ୍‌ମେକର ଭୂମିକା ନେବାକୁ ଯାଉଛନ୍ତି। କାରଣ ଏନ୍‌ଡିଏରେ ଭାଜପା ପରେ ଟିଡିପି ହେଉଛି ଦ୍ୱିତୀୟ ବୃହତ୍‌ ଦଳ। ଭାଜପା ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଛି। ତେଣୁ ସରକାର ଗଢ଼ିବା ପାଇଁ ଭାଜପା ଟିଡିପି ଏବଂ ଜେଡିୟୁ ଉପରେ ନିର୍ଭର କରିବ।
୧୯୫୦ ଏପ୍ରିଲ ୨୦ରେ ଆନ୍ଧ୍ରର ଚିତ୍ତୋର ଜିଲାରେ ଜନ୍ମିତ ଚନ୍ଦ୍ରାବାବୁ ଛାତ୍ର ଜୀବନରୁ ରାଜନୀତିରେ ସାମିଲ ହୋଇଥିଲେ। ସେ ୧୯୯୫ରେ ପ୍ରଥମେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ପରେ ଆଉ ୨ ଥର ଏହି ପଦ ସମ୍ଭାଳିଥିଲେ। ଅବିଭାଜିତ ଆନ୍ଧ୍ରପ୍ରଦେଶର ରାଜଧାନୀ ହାଇଦ୍ରାବାଦକୁ ଟେକ୍ନୋଲୋଜି ଓ କମ୍ପ୍ୟୁଟର ସଫ୍ଟଓ୍ବେର ହବ୍‌ରେ ପରିଣତ କରିବାର ଶ୍ରେୟ ତାଙ୍କୁ ଦିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠାରୁ ଧନୀ ହିନ୍ଦୁ ମନ୍ଦିରର ନିର୍ଦ୍ଦେଶ ଶୁଣି ଚିନ୍ତାରେ ୩୦୦ କର୍ମଚାରୀ

ତିରୁପତି,୧୯।୧୧: ବିଶ୍ୱର ସବୁଠାରୁ ଧନୀ ହିନ୍ଦୁ ମନ୍ଦିର ଏହାର ବୋର୍ଡରେ କାମ କରୁଥିବା ଅଣ ହିନ୍ଦୁ କର୍ମଚାରୀଙ୍କ ପାଇଁ ଏକ ନୂତନ ଆଦେଶ ଜାରି କରିଛି...

ଏହି ଯୋଜନାରେ ମହିଳାଙ୍କୁ ମିଳିବ ୨୪ହଜାର, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ,୧୯।୧୧: ଭାରତ ସରକାର ଦେଶରେ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରୁଛନ୍ତି। ସମାଜରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ସରକାର ନୂତନ ଉଦ୍ୟମ କରୁଛନ୍ତି। ବିଶେଷକରି ସରକାର...

‘ଲୋକଙ୍କୁ ବ୍ୟବହାର କରି ତଡ଼ିଦେବା ଭାଜପାର ଚରିତ୍ର’

ନୂଆଦିଲ୍ଲୀ,୧୯।୧୨:ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନର ଶେଷ ପର୍ଯ୍ୟାୟରେ ଦଳର ନେତା ଓ ବିରୋଧୀଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗିରହିଛି। ଏହି ସମୟରେ କଂଗ୍ରେସ ନେତା...

ଦିଲ୍ଲୀ କ’ଣ ଦେଶର ରାଜଧାନୀ ହେବା ଉଚିତ, କାହିଁକି ଏମିତି କହିଲେ ଥରୁର

ନୂଆଦିଲ୍ଲୀ,୧୯।୧୧: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତ୍ୟନ୍ତ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଜାତୀୟ ରାଜଧାନୀର ହାରାହାରି ୨୪ ଘଣ୍ଟା ଏୟାର କ୍ୱାଲିଟି ଇଣ୍ଡେକ୍ସ ହେଉଛି ୪୯୩। ଦିଲ୍ଲୀର...

ସ୍କୁଲ-କଲେଜ ବନ୍ଦ, ବାୟୁ ପ୍ରଦୂଷଣକୁ ନେଇ ଆଡଭାଇଜରୀ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ,୧୯।୧୧: ବାୟୁ ପ୍ରଦୂଷଣ ଦିଲ୍ଲୀ-ଏନସିଆରରେ ଲୋକଙ୍କ ସମସ୍ୟା ବଢାଇ ଦେଇଛି। ଏଠାରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଅତ୍ୟନ୍ତ ବିପଜ୍ଜନକ ସ୍ତରରେ ପହଞ୍ଚିଛି । ସବୁଠାରୁ...

ଯାଉନାହାନ୍ତି, ପଠାଉଛନ୍ତି

ନୂଆଦିଲ୍ଲୀ/ଇମ୍ଫାଲ,୧୯ା୧୧: ପୁଣି ଜାତିଆଣ ହିଂସାର ନିଅଁାରେ ଜଳୁଛି ମଣିପୁର। ଜିରିବାମ୍‌ର ଏକ ଶିବିରରୁ ନିଖୋଜ ହୋଇଯାଇଥିବା ୬ ଅପହୃତଙ୍କ ମୃତଦେହ ମିଳିବା ପରେ ୩ ଦିନ ଧରି...

ପ୍ରଦୂଷଣମୁକ୍ତ ପରିବେଶ ଦେବା ସରକାରଙ୍କ ଦାୟିତ୍ୱ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ,୧୯ା୧୧(ପି.ଟି.): ନାଗରିକଙ୍କୁ ପ୍ରଦୂଷଣମୁକ୍ତ ପରିବେଶ ଯୋଗାଇଦେବା ସରକାରଙ୍କ ସାମ୍ବିଧାନିକ ଦାୟିତ୍ୱ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ସମଗ୍ର ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌) ଅନ୍ତର୍ଗତ...

କୃଷକ ନେତାଙ୍କ ବଡ଼ ନିଷ୍ପତ୍ତି: ୬ରେ ଦିଲ୍ଲୀ ଅଭିଯାନ

ଚଣ୍ଡିଗଡ଼,୧୮ା୧୧: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ର ଆଇନଗତ ଗ୍ୟାରେଣ୍ଟି ଏବଂ ଅନ୍ୟାନ୍ୟ ଦାବିକୁ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri