Categories: ଫୁରସତ

ସାଙ୍ଗର ପ୍ରତିଶ୍ରୁତି ପାଇଁ ଟେଣ୍ଟରେ ୩ ବର୍ଷ

ଲଣ୍ଡନ: ପରିବାର ପରେ ସାଙ୍ଗ ହଁି ଏକମାତ୍ର ବିକଳ୍ପ, ଯିଏ ସବୁବେଳେ ସାଙ୍ଗରେ ରହିଥା’ନ୍ତି। ଅନେକ ସମୟରେ ସାଙ୍ଗ ପାଇଁ ସାଙ୍ଗ ଅନେକ କଷ୍ଟ ସହିଯିବା ଦେଖିବାକୁ ମିଳିଛି। ଏହା ତାଙ୍କ ଭିତରେ ଥିବା ସ୍ବଚ୍ଛ ବନ୍ଧୁତାକୁ ଦର୍ଶାଏ। ନିକଟରେ ୧୦ ବର୍ଷୀୟ ପୁଅଟିଏ ତାଙ୍କ ସାଙ୍ଗର ପ୍ରତିଶ୍ରୁତି ରକ୍ଷା କରିବାକୁ ଯାଇ ତାଙ୍କ ଜୀବନର ୩ ବର୍ଷ ଟେଣ୍ଟରେ ବିତାଇଥିବା ଜଣାପଡିଛି। ବ୍ରିଟେନ୍‌ର ବାସିନ୍ଦା ମାକ୍ସ ବୁସିଙ୍କ ବୟସ ଏବେ ୧୩ ବର୍ଷ। ତାଙ୍କୁ ଯେତେବେଳେ ୧୦ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ସାଙ୍ଗ ରିକ୍‌ଙ୍କ କ୍ୟାନ୍‌ସରରେ ମୃତ୍ୟୁ ହୋଇଥିଲା। ମାକ୍ସ କହିଛନ୍ତି, ରିକ୍‌ ମରିବା ପୂର୍ବରୁ ତାଙ୍କୁ ଏକ ଟେଣ୍ଟ ଦେଇଥିଲେ। କହିଥିଲେ, ନର୍ଥ ଡୁବୋନ ଧର୍ମଶାଳା ରିକ୍‌ଙ୍କ ବହୁତ ଭଲରେ ଯତ୍ନ ନେଇଥିଲେ। ସେଥିପାଇଁ ସେ ସେହି ଧର୍ମଶାଳାକୁ ଧନ୍ୟବାଦ ଦେବାକୁ ଚାହୁଁଛନ୍ତି। ଏପରି କିଛି କାମ, ଯେଉଁଥିରେ ଧର୍ମଶାଳାକୁ ସାହାଯ୍ୟ ମିଳିପାରିବ, ସେପରି କିଛି କରିବାକୁ ରିକ୍‌ ମାକ୍ସଙ୍କୁ କହିଥିଲେ। ଏହାପରେ ମାକ୍ସ ଟେଣ୍ଟରେ ଜୀବନ ବିତାଇବାକୁ ନିଷ୍ପତ୍ତି ନେଲେ। ସେ ଘର ବାହାରେ ଟେଣ୍ଟ ଲଗାଇ ଟଙ୍କା ଏକାଠି କରିବାକୁ ଚେଷ୍ଟା ଚଳାଇଲେ। ଏପରିକି ସେ ତତ୍କାଳୀନ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କୁ ମଧ୍ୟ ଭେଟିଥିଲେ। ଯେକୌଣସି ପରିସ୍ଥିତି ଆସିଲେ ମଧ୍ୟ ସେ ସେହି ଟେଣ୍ଟରେ ହଁି ରହୁଥିଲେ। ସେ ମୋଟ ୭୫୦ ହଜାର ପାଉଣ୍ଡ ଅର୍ଥାତ୍‌ ୭.୫ କୋଟିରୁ ଅଧିକ ଟଙ୍କା ଏକାଠି କରିଥିଲେ। ସେ ପରେ ୧୫ଟି ଧର୍ମଶାଳାକୁ ସମସ୍ତ ଟଙ୍କା ଦେଇଥିଲେ। ଯାହା ଫଳରେ ଧର୍ମଶାଳାରେ ଥିବା ରୋଗୀଙ୍କ ଚିକିତ୍ସା କରାଯାଇପାରିବ। ଏପରି କରି ମାକ୍ସ ଗିନିଜ୍‌ ରେକର୍ଡର ଅଧିକାରୀ ହୋଇଛନ୍ତି।

Share