ଜଳସେଚନ ପାଇଁ ୩ ବର୍ଷ ଲଢ଼େଇ

ନୟାଗଡ଼,୮।୩(ଲୋକନାଥ ମିଶ୍ର): ଉଠାଜଳସେଚନ ବିଭାଜନର ନିର୍ବାହୀଯନ୍ତ୍ରୀଙ୍କ ମନମାନି ଓ ଅସହଯୋଗ କାରଣରୁ ଜିଲାରେ ୧୨୦ ଗଭୀର ନଳକୂପ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ନ ପାରି ଅନିଶ୍ଚିତତା ଘେରରେ ରହିଛି। ଚାଷୀଙ୍କ ବାରମ୍ବାର ପ୍ରତିବାଦ, ୩ ବର୍ଷ ହେଲା ଆନ୍ଦୋଳନ ପରେ ବି ସୁଫଳ ମିଳୁନି। ଏଭଳିସ୍ଥଳେ ଚାଷୀ ଉଠାଜଳସେଚନ ବିଭାଜନର ମୁଖ୍ୟଫାଟକରେ ତାଲା ମାରି ଗୁରୁବାର ଆନ୍ଦୋଳନ କରିଥିଲେ। ୧୨୦ ଅଗଭୀର ନଳକୂପକୁ ନିଜ ଚାଷ ଜମିରେ ଖନନ ପାଇଁ ୨୦୧୭ରେ ୧୨୦ ଚାଷୀ ୨୦ ହଜାର ଟଙ୍କା ଲେଖାଏଁ ଡିପୋଜିଟ୍‌ କରିଥିଲେ। ଆବେଦନର ୩ ବର୍ଷ ପରେ ୨୦୨୦ରେ ଗଭୀର ନଳକୂପ ଖନନ ହୋଇଥିଲା। ୨୦୨୧ରେ ବିଦ୍ୟୁତ୍‌ ଖୁଣ୍ଟ ପଡିଥିଲା। ତେବେ ବିଦ୍ୟୁତ୍‌ ତାର ଟଣା ଯାଇ ପାରିଲା ନାହିଁ କି ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ପାରିଲ ନାହିଁ। ଏଣୁ ଚାଷୀ ଜମିରେ ଫସଲ କରିବା ପାଇଁ ଯେଉଁ ସ୍ବପ୍ନ ଦେଖିଥିଲା ତାହା ସ୍ବପ୍ନରେ ରହି ଯାଇଛି। ଏନେଇ ଚାଷୀ ସଂଯୁକ୍ତା ଭଟ, ଦିଲୀପ ପାତ୍ର, ମାୟା ସାହୁ, ବୀର ପ୍ରଧାନ କୁହନ୍ତି, ଓଡ଼ଗାଁ ବ୍ଲକ ଅଞ୍ଚଳରେ ହନୁମନ୍ତିଆ ୧୧, ଗିରିଡିପଲ୍ଲୀ ୪, ପଥରପଲ୍ଲୀ ୩, ଧାନଝରି ୩, ଭାଡିକିଳା ୧୨, ଲିଙ୍ଗରାଜପ୍ରସାଦରେ ୭, କେନ୍ଦୁପଲ୍ଲୀ ୬, ରଘୁନାଥପୁର ୪, କୁରାଳରେ ୫ ଏପରି ମୋଟରେ ୫୫ ଗଭୀର ନଳକୂପ ଖନନ ହୋଇଛି। ଗଭୀର ନଳକୂପ ଖନନ ପରେ ୨୦୨୧ରେ କେବଳ ବିଦ୍ୟୁତ୍‌ ଖୁଣ୍ଟ ପୋତି ଠିକାଦାର ଆଉ କାର୍ଯ୍ୟ କରି ନାହାନ୍ତି। ଏହା ପରେ ପ୍ରକଳ୍ପ କାମ ଆଉ ହେଉନି। ଇତିମଧ୍ୟରେ ୧୦ରୁ ୧୬ ଥର ଉଠାଜଳସେଚନ ବିଭାଜନର ନିର୍ବାହୀଯନ୍ତ୍ରୀଙ୍କୁ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବାରମ୍ବାର ଭେଟିଛୁ। ଗତ ଫେବୃଆରୀ ୬ରେ ପୁଣି ଭେଟିବାକୁ ଅପେକ୍ଷା କରିଥିଲୁ। ଉଠାଜଳସେଚନ ବିଭାଜନର ନିର୍ବାହୀଯନ୍ତ୍ରୀ ଅନୁପସ୍ଥିତ ଥିବାରୁ ବିକ୍ଷୋଭ କଲୁ। କିଛି ସୁଫଳ ନ ପାଇ ଫେରିଲୁ। କିଛି ଦିନ ପରେ ପୁଣି ଗୁରୁବାର ତାଲା ପକାଇ ଆନ୍ଦୋଳନ କରିଥିଲେ।

ଡିଭିଜିନରେ ଟେଣ୍ଡର ପରେ ବି ମିଳିଲାନି ସୁଫଳ

ଗଭୀର ନଳକୂପର ଟେଣ୍ଡର ରାଜ୍ୟସ୍ତରରେ ହେଉଥିଲା। ଉଠାଜଳସେଚନ ବିଭାଗର ଚେୟାରମ୍ୟାନଙ୍କ ହସ୍ତକ୍ଷେପ ପରେ ଟେଣ୍ଡର ପ୍ରକ୍ରୀୟା ନୟାଗଡ ଡିଭିଜନ ସ୍ତରକୁ ଆସିଥିଲା। ବିଦ୍ୟୁତ୍‌ ସମ୍ବଦ୍ଧିୟ ଟେଣ୍ଡର ଡିଭିଜନସ୍ତରରେ ହୋଇଥିଲା। ଇତି ମଧ୍ୟରେ ଟେଣ୍ଡର ୪ଥର ହୋଇ ସାରିଲାଣି। ଟେଣ୍ଡର ବାରମ୍ବାର ହେଉଥିଲେ ମଧ୍ୟ କିଛି ସୁଫଳ ମିଳୁନି। ଉଠାଜଳସେଚନ ବିଭାଜନର ନିର୍ବାହୀଯନ୍ତ୍ରୀ ଦୁଃଶାସନ ଜେନା କୁହନ୍ତି, ଜିଲାର ଗଭୀର ନଳକୂପର ଟେଣ୍ଡର ରାଜ୍ୟସ୍ତରରେ ୪ଥର ହୋଇ ସାରିଲାଣି। ହେଲେ ସଫଳତା ମିଳୁନି। ବିଦ୍ୟୁତ୍‌ ସଂଯୋଗ ପରେ ଚାଷୀ ଜମିରେ ଜଳସେଚନ କରିପାରିବେ। ରାଜ୍ୟରୁ ଡିଭିଜନସ୍ତରକୁ ଟେଣ୍ଡର ପ୍ରକ୍ରିୟା ଆସିବା ପରେ ବି ସଫଳତା ମିଳିଲା ନାହିଁ। ଗୁରୁବାର ଚାଷୀଙ୍କ ଆନ୍ଦୋଳନ ହେବା ପରେ ଆଲୋଚନା ହେଲା ଚାଷୀମାନେ ଭୁବନେଶ୍ୱର ଯାଇ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବେ। ଉଠାଜଳସେଚନ ବିଭାଗ ପକ୍ଷରୁ ସହଯୋଗ କରାଯିବ। କିପରି ଚାଷୀଙ୍କ ଜମିରେ ଶୀଘ୍ର ଜଳସେଚିନର ସୁବିଧା ମିଳିବ ସେନେଇ ଆମେ ସହଯୋଗ କରିବୁ ବୋଲି ଆନ୍ଦୋଳନକାରୀଙ୍କୁ ପ୍ରତିଶ୍ରୁତି ଦେଇଛୁ ବୋଲିି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୦୦ରୁ କଶ୍ମୀରରେ ଘଟିଥିବା ବଡ଼ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୨୨।୪: ୨୦୦୦ରୁ ଜମ୍ମୁ-କଶ୍ମୀରରେ ବିଭିନ୍ନ ସମୟରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ବହୁ ନିରୀହ ଜନସାଧାରଣଙ୍କ ଜୀବନ ଯାଇଛି। ଏଠାରେ କେତୋଟି ବଡ଼ ଆକ୍ରମଣର ତଥ୍ୟ...

ପହଲଗାମ ଆକ୍ରମଣ ଉପରେ ହ୍ୱାଇଟ୍ ହାଉସର ନଜର, ଟ୍ରମ୍ପ କହିଦେଲେ ବଡ କଥା

ନୂଆଦିଲ୍ଲୀ,୨୨।୪: ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଉପରେ ଆମେରିକା ନଜର ରଖିଛି। ହ୍ୱାଇଟ ହାଉସ ପ୍ରେସ ସେକ୍ରେଟାରୀ କାରୋଲାଇନ ଲିଭିଟ କହିଛନ୍ତି, “ରାଷ୍ଟ୍ରପତିଙ୍କୁ ଜାତୀୟ...

କାଳବୈଶାଖୀ: ଭାଙ୍ଗିଲା ଗଛ, ଉଡିଲା ଟିଣ

ଉମରକୋଟ,୨୨।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ହୋଇଛି। ବର୍ଷା ହୋଇ ନ ଥିଲେ ମଧ୍ୟ ଭୀଷଣ ପବନ...

ପହଲଗାମ ଆକ୍ରମଣ ଉପରେ ଭାରତ ସପକ୍ଷରେ ଟ୍ରମ୍ପଙ୍କ ବଡ ବୟାନ

ନୂଆଦିଲ୍ଲୀ,୨୨।୪: ଯୁକ୍ତରାଷ୍ଟ୍ର ଭାରତ ସହ ଦୃଢ଼ଭାବେ ଛିଡ଼ା ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋର ଦେଇ କହିଛନ୍ତି, ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ...

ଖୁସି ମୁହୂର୍ତ୍ତର ଭିଡିଓ ଶେୟାର କରିବାର କିଛି ଘଣ୍ଟା ପରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଓଡ଼ିଆ ଯୁବକ

ଭୁବନେଶ୍ୱର,୨୨।୪: ଏକ ଦୁଃଖଦ ଘଟଣାରେ, ମଙ୍ଗଳବାର ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ଜଣେ ଯୁବକ ନିହତ ହୋଇଥିବା...

ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟି ହତ୍ୟା: ୨୮ ଗିରଫ

ପଦ୍ମପୁର,୨୨।୪ (ପ୍ରଶାନ୍ତ କୁମାର କର): ଆଜିର ଆଧୁନିକ ଯୁଗରେ ଏବେ ବି ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା ପରି ବୀଭତ୍ସକାଣ୍ଡ ଘଟାଇବାକୁ ପଛାଉନାହାନ୍ତି। ଏହାର...

ଟ୍ରଲିବ୍ୟାଗ୍‌ରୁ ମିଳିଲା ଓଠ ସିଲ୍‌ ଥିବା ଯୁବତୀଙ୍କ ମୃତଦେହ

କୋଲକାତା,୨୨।୪: କୋଲକାତା ଉପକଣ୍ଠ ବାଗୁଇହାଟିର ଏକ ରାସ୍ତା ପାର୍ଶ୍ୱରେ ପଡ଼ିରହିଥିବା ଟ୍ରଲିବ୍ୟାଗ୍‌ରୁ ଜଣେ ଯୁବତୀଙ୍କ ଓଠ ସିଲ୍‌ ହୋଇଥିବା ମୃତଦେହ ମିଳିଛି। ସୋମବାର ରାତିରେ କେହି...

“ନିଷ୍ଠୁର ଅପରାଧ”: ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ,୨୨।୪: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଦୁଃଖଦ ପରିଣାମ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image