Advertisement

ସାମାନ୍ୟ କୁକୁରକୁ ବି ଛାଡିଲେନି, ଜଣକ ପରେ ଜଣେ ହାଣି ପକାଇଲେ

ବ୍ରହ୍ମପୁର,୨୩।୩(ସୁବାସ ଚନ୍ଦ୍ର ପାଢୀ): ନୃଶଂସତାର ସବୁ ସୀମା ଟପିଗଲେ। ବୁଲା କୁକୁରକୁ ବିଚ୍‌ ରାସ୍ତାରେ ଜଣକ ପରେ ଜଣେ ଖଣ୍ଡାରେ ହାଣିଲେ। କୁକୁରଟି ରାତି ଅଧରେ ସେମାନଙ୍କୁ ଦେଖି ଭୁକିବାରୁ ବର୍ବରତାର ସବୁ ସୀମା ଟପିଗଲେ ଯୁବକ।

ଗଞ୍ଜାମରେ ଗତକାଲି ଭୋର ୪ଟା ୧୮ ମିନିଟରେରେ ଏକ ସ୍କୁଟରରେ ୩ ଜଣ ଦୁର୍ବୃତ୍ତ ଖଣ୍ଡା ଧରି ବ୍ରହ୍ମପୁର ଗାନ୍ଧି ନଗର ସପ୍ତମ ଲାଇନ ଦେଇ ଯାଉଥିଲେ। ଏହି ସମୟରେ କଲୋନୀରେ ଥିବା ବୁଲା କୁକୁର ସେମାନଙ୍କୁ ଦେଖି ଭୋକିଥିଲେ। କୁକୁର ଭୋକୁଥିବା ଦେଖି ଦୁର୍ବୃତ୍ତମାନଙ୍କ ମୁଣ୍ଡକୁ ବିଷ ଚଢିଯାଇଥିଲା। ଗାଡିରୁ ଓହ୍ଲାଇ ଆସି ଦୁଇ ଯୁବକ ଏକ ଖଣ୍ଡାରେ କୁକୁରକୁ ଚୋଟ ଚୋଟ ପରେ ମାରି ଚାଲିଥିଲେ। କୁକୁରଟି ଜୀବନ ବିକଳେ ଦୌଡିବାକୁ ଲାଗିଥିଲା। ଏହାପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହାର ଭିଡିଓ ସିସିଟିଭିରେ କଏଦ ହୋଇଛି। କାହିଁକି ରାସ୍ତାରେ ଶୋଇଥିବା କୁକୁରକୁ ହାଣିଲେ ଏପର୍ଯ୍ୟନ୍ତ ଜଣାପଡି ନାହିଁ। କୁକୁରଟିର ଅବସ୍ଥା ଗୁରୁତର ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share