Categories: ଖେଳ

ପ୍ରତ୍ୟାଶାଙ୍କୁ ଦ୍ୱିତୀୟ ସ୍ବର୍ଣ୍ଣ

ଭୁବନେଶ୍ୱର, ୩୦।୫ (କ୍ରୀଡ଼ା ପ୍ରତିନିଧି): ଉତ୍ତର ପ୍ରଦେଶର ଗ୍ରେଟର୍‌ ନଏଡାଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ସୁଇମିଂ ଇଭେଣ୍ଟରେ ଓଡ଼ିଶାର ପ୍ରତ୍ୟାଶା ରାୟ ବ୍ୟକ୍ତିଗତ ଦ୍ୱିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ପ୍ରତ୍ୟାଶା ସୋମବାର ଅନୁଷ୍ଠିତ ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଇଭେଣ୍ଟରେ ୩୧.୯୯ ସେକେଣ୍ଡ ସମୟ ନେଇ ଏହି ସଫଳତା ପାଇଛନ୍ତି। ଚଳିତ ପ୍ରତିଯୋଗିତାରେ ଏହାକୁ ମିଶାଇ ପ୍ରତ୍ୟାଶା ୨ ସ୍ବର୍ଣ୍ଣ ଏବଂ ୩ ରୌପ୍ୟ ପଦକ ପାଇଛନ୍ତି। ପୂର୍ବରୁ ସେ ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ସ୍ବର୍ଣ୍ଣ ଏବଂ ୪୦୦ ମିଟର ଫ୍ରିଷ୍ଟାଇଲ, ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ ଓ ୨୦୦ ମିଟର ଫ୍ରିଷ୍ଟାଇଲ୍‌ ଇଭେଣ୍ଟରେ ରୌପ୍ୟ ପଦକ ପାଇଥିଲେ।

Share