Categories: ଖେଳ

ଓଡ଼ିଶାରୁ ଭାଗ ନେବେ ୩୦ ପ୍ରତିଯୋଗୀ

ଭୁବନେଶ୍ୱର, ୧୫।୨(ସ୍ପୋଟର୍‌ସ ବ୍ୟୁରୋ): ଉତ୍ତରାଖଣ୍ଡର ଡେରାଡୁନ୍‌ଠାରେ ଚଳିତ ମାସ ୧୭ରୁ ୨୯ ପର୍ଯ୍ୟନ୍ତ ଜାତୀୟ ସିନିୟର ଓ ୨୧ବର୍ଷରୁ କମ୍‌ କରାଟେ ପ୍ରତିଯୋଗିତା ହେବ। ଏଥିରେ ଭାଗ ନେବାପାଇଁ ଓଡ଼ିଶା ରାଜ୍ୟ କରାଟେ ସଂଘ ତରଫରୁ ମନୋନୀତ ୩୦ ପ୍ରତିଯୋଗୀ ୪ ଅଫିସିଆଲ ବୁଧବାର ଡେରାଡୁନ୍‌ ଅଭିମୁଖେ ଯାତ୍ରା କରିବେ। ମନୋନୀତ କରାଟେକାମାନେ ହେଲେ ଭାଲେନା ଭାଲେଣ୍ଟିନା, ଅନୁପମା ସ୍ବାଇଁ, ଚିନ୍ମୟୀ ଭୂୟଁା ସୁସମିନୀ ପାଲଟାସିଂ, ମୋନାଲି ସାହୁ, ଲୋମା ସ୍ବାଇଁ, ସାଲୋନୀ ଲେଙ୍କା, ମାଉ ମିନାଲ, ବିଦ୍ୟା କିରଣ ସାହୁ, ସୁରୋମିତା ସିହ୍ନା, ନ୍ୟାଶା କୁମାରୀ, ସୋମ୍ୟା ଥାପା, ସୁମନ ଷଡ଼ଙ୍ଗୀ, ରାଜେଶ ମହାପାତ୍ର, ରଜନୀ ବିଶି, ଅଭିଷେକ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ନାୟକ, ମହେଶ ଡୋରା, କୃଷ୍ଣଚନ୍ଦ୍ର ମହାରଣା, କ୍ରିଷ୍ଣା ଶିକାରୀ, ଯୋଗେଶ ବରିହା, ଭଗବାନ ରେଡ୍ଡୀ, ସୁମନ ଶେଖର ଦାସ, ଉଦୟ କିରଣ, ତ୍ରିନାଥ ରଣା, ଆଶୁତୋଷ ପଟ୍ଟନାୟକ, ସାହିଲ କୁମାର, ଜ୍ୟୋତିରଞ୍ଜନ ରାଉତ, ସଚିନ ବିଶ୍ୱକର୍ମା ଓ ରିତେଶ ରୟ। ଦଳ ସହିତ ଅଫିସିଆଲ ଭାବେ ଅବିନାଶ ପୁନ୍ଦିର (ପ୍ରବନ୍ଧକ), ଖାରବେଳ ମଲିକ ଓ ଦୀପକ ସାମନ୍ତରା (କୋଚ୍‌) ଏବଂ ରାଜୀବ କୁମାର ସିଂ (ରେଫରି) ଡେରାଡୁନ ଯିବେ। ଓଡ଼ିଶା ଦଳର ଗସ୍ତ ଖର୍ଚ୍ଚ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ବହନ କରିଥିବାରୁ ରାଜ୍ୟ ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ କରାଟେ ସଂଘ ସଭାପତି ଡ. ହରିପ୍ରସାଦ ପଟ୍ଟାନାୟକ, ସମ୍ପାଦକ ଡ. ଗୌରି ମହାନ୍ତିଙ୍କ ସମେତ ଅନ୍ୟ ସଦସ୍ୟଗଣ ଉପସ୍ଥିତ ରହି ଦଳର ଶୁଭକାମନା କରିଥିଲେ।

Share