Categories: ଜାତୀୟ

ଦୁଇ ଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ହେଉଥିବା ବିବାହରେ ୩୦ ଦିନିଆ ନୋଟିସ୍‌ ବାଧ୍ୟତାମୂଳକ ନୁହେଁ

ଆହ୍ଲାବାଦ୍‌,୧୪।୧: ଦୁଇ ଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ସ୍ପେଶାଲ ମ୍ୟାରେଜ୍‌ ଆକ୍ଟ ଅନୁସାରେ ହେଉଥିବା ବିବାହରେ ୩୦ ଦିନିଆ ନୋଟିସ୍‌ ବାଧ୍ୟତାମୂଳକ ନୁହେଁ। ଏନେଇ ଆହ୍ଲାବାଦ ହାଇକୋର୍ଟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ଏପରି କରାଯିବା ବ୍ୟକ୍ତିଗତ ମୌଳିକ ଅଧିକାର କ୍ଷୂର୍ଣ୍ଣ ହେଉଥିବା କୋର୍ଟ କହିଛନ୍ତି। ସାବାଳକଙ୍କର ନିଜ ଜୀବନସାଥୀ ଚୟନ କରିବାର ଅଧିକାର ରହିଛି। ଏଥିରେ ପରିବାର, ସମାଜ ଅଥବା ସରକାରଙ୍କ ପକ୍ଷରୁ ବାଧା ସୃଷ୍ଟି କରାଯିବା ମୌଳିକ ଅଧିକାରର ଉଲ୍ଲଂଘନ। ବିବାହ କରୁଥିବା ବ୍ୟକ୍ତି ବିଶେଷ ଯଦି କୌଣସି ତଥ୍ୟ ସାର୍ବଜନୀକ କରିବାକୁ ନ ଚାହୁଁଛନ୍ତି, ତେବେ ସେପରି କରାଯିବା ଅନୁଚିତ। ଏପରି କରାଯିବା ଦ୍ୱାରା ଯୁବବର୍ଗଙ୍କ ପ୍ରତି ଅନ୍ୟାୟ ହେବ ବୋଲି ବିଚାରପତି ବିବେକ ଚୌଧୁରୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ରାୟ ଦେଇଛନ୍ତି।

Share