ଇସ୍ଲାମାବାଦ,୨୫।୧: ପାକିସ୍ତାନର ଏକ ନ୍ୟୁଜ୍ ଚ୍ୟାନେଲର ଆଙ୍କର ଜଣେ ବିଚାରପତିଙ୍କ ବିପକ୍ଷରେ କହିବା ଭାରି ପଡ଼ିଛି। ଅବମାନନା ଏବଂ ଅପମାନ ଅଭିଯୋଗରେ ଏହି ଚ୍ୟାନେଲକୁ ୩୦ ଦିନ ପାଇଁ ବନ୍ଦ କରି ଦିଆଯାଇଛି।
ଏକ ରିପୋର୍ଟ ଅନୁଯାୟୀ, ଖାଲି ଚ୍ୟାନେଲକୁ ୩୦ଦିନ ପାଇଁ ବନ୍ଦ କରାଯାଇନି ଏଥିସହ ୧୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରାଯାଇଛି। ଚ୍ୟାନେଲର ଲାଇସେନ୍ସ ରଦ୍ଦ କରାଯାଇଛି। ଗତ ୧୩ ତାରିଖରେ ଆଙ୍କର ସାମୀ ଇବ୍ରାହିମ୍ ଲାହୋର ହାଇକୋର୍ଟର ବିଚାରପତିଙ୍କୁ ନେଇ ଏକ କାର୍ଯ୍ୟକ୍ରମରେ ଅପମାନଜନକ କଥା କହିଥିଲେ। ପରେ ଜଜ୍ ଏନେଇ ସଂପୃକ୍ତ ଚ୍ୟାନେଲ ବିରୋଧରେ ମାମଲା ରୁଜୁ କରିଥିଲେ। ପ୍ରଥମେ ଚ୍ୟାନେଲ ନିକଟକୁ ନୋଟିସ ପଠାଯାଇ କ୍ଷମା ମାଗିବାକୁ କୁହାଯାଇଥିଲା। ମାତ୍ର ଚ୍ୟାନେଲ ପକ୍ଷରୁ ଏହାକୁ ଅଣଦେଖା କରିଥିଲା। ପରେ ଏହାକୁ ୩୦ ଦିନ ପାଇଁ କଳାତାଲିକାଭୁକ୍ତ କରାଯାଇଛି।
Posted inଅନ୍ତର୍ଜାତୀୟ