
କୋରାପୁଟ,୩୧।୩(ଅମିତାଭ ବେହେରା): କୋରାପୁଟ ରେଳବାଇ ଷ୍ଟେଶନରେ ସୋମବାର ସକାଳେ ଜିଆରପି ଏବଂ ଆରପିଏଫ ପକ୍ଷରୁ ଦୁଇଟି ଟ୍ରେନରେ ତଲାସୀ ପରେ ସୁଟକେସରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନରେ ତଲାସୀ ସମୟରେ ଦୁଇଜଣ ମହିଳା ସେମାନଙ୍କର ସୁଟକେସରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ ବୋଲି ସରକାରୀ ରେଳୱେ ଷ୍ଟେଶନର ଏଆଇ ସନ୍ତୋଷୀ ମହନ୍ତ କହିଛନ୍ତି। ଜଣେ ନାବାଳିକା ରହିଥିବା ସେ ସୂଚନା ଦେଇଛନ୍ତି। ସେମାନଙ୍କ ସୁଟକେସରୁ ୨୦ କେଜି ଗଞ୍ଜେଇ ଜବତ କରାଯାଇଥିବା ସେ କହିଛନ୍ତି।
ସେହିପରି ସୋମବାର ଅନ୍ୟ ଏକ ଘଟଣାରେ ବିଶାଖାପାଟଣା ପାସେଞ୍ଜର ଟ୍ରେନରେ ଜଣେ ଯୁବକର ସୁଟକେସରୁ ୧୦ କେଜି ଗଞ୍ଜେଇ ରହି ଥିବା ଜାଣିବାକୁ ପାଇଥିଲେ। ତୁରନ୍ତ ସୁଟକେଶ ସହ ୧୦ କେଜି ଗଞ୍ଜେଇ ଜବତ କରାଯାଇଛି। ୩ ଜଣ ଉତ୍ତରପ୍ରଦେଶ ଓ ବିହାର ରାଜ୍ୟର ବୋଲି ଜିଆରପି ଥାନା ଅଧିକାରୀ ସନ୍ତୋଷୀ ମହନ୍ତ ପ୍ରକାଶ କହିଛନ୍ତି। ସମୁଦାୟ ୩୦ କେଜି ଗଞ୍ଜେଇ ଜବତ କରାଯାଇଥିବା ସେ କହିଛନ୍ତି। ଦୁଇଟି ପୃଥକ କେସ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି।