Advertisement

‘୩-ଜି’ର ୩୦ କିସିଂ ସିନ୍‌ ନୀତିନ୍‌ଙ୍କୁ ଦେଇଥିଲା ପରିଚିତି…

ମୁମ୍ବାଇ,୧୫।୧: ବଲିଉଡ୍‌ ଷ୍ଟାର ନୀଲ୍‌ ନୀତିନ୍‌ ମୁକେଶଙ୍କୁ ଶୁକ୍ରବାର ୩୯ ବର୍ଷ ପୂରଣ ହୋଇଛି। ସେ ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୨ ଜାନୁୟାରୀ ୧୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ନୀଲ୍‌ଙ୍କ ସହିତ ସୋନମ୍‌ ଚୌହ୍ବାନଙ୍କର ପ୍ରେମ ସମ୍ପର୍କ ନେଇ ବଲିଉଡ୍‌ ବେଶ୍‌ ଚର୍ଚ୍ଚା ହୋଇଥିଲା। ନୀଲ୍‌ ୩-ଜି ଫିଲ୍ମରେ ସୋନମ୍‌ ସହିତ ସ୍କ୍ରିନ୍‌ ଶେୟାର କରିଥିଲେ। ଏହି ଫିଲ୍ମରେ ଉଭୟଙ୍କର ୩୦ଟି କିସିଂ ସିନ୍‌ ଥିଲା। ଏହାକୁ ନେଇ ଫିଲ୍ମଟି ବେଶ୍‌ ଚର୍ଚ୍ଚାରେ ରହିଥିଲା। ଦର୍ଶକ କେବଳ ଏହି କିସିଂ ସିନ୍‌ ପାଇଁ ହଲ୍‌କୁ ଯାଉଥିବା କୁହାଯାଇଥିଲା। ଏହାପରେ ନୀଲ୍‌ ୨୦୧୭ରେ ରୁକ୍ମିଣୀ ଶାହାୟଙ୍କୁ ବିବାହ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share