Categories: ଫୁରସତ

ବସ୍‌, ଟ୍ରେନ୍‌ରେ ପ୍ରତିଦିନ ୩୦ କି.ମି. ଯାତ୍ରା କରୁଛି ଏହି କୁକୁର, ଅଛନ୍ତି ହଜାର ହଜାର ଫଲୋଅର୍ସ

ଯଦି କୁହାଯାଏ, ଗୋଟିଏ କୁକୁର ପ୍ରତିଦିନ ୩୦ କିଲୋମିଟର ଏକୁଟିଆ ଯାତ୍ରା କରୁଛି। ତେବେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ ମାତ୍ର ଏହା ସତ। ଖାଲି ଏତିକି ନୁହେଁ, କୁକୁରଟି ବହୁ ସ୍ଥାନ ଭ୍ରମଣ ବି କରେ। କେବଳ ଏତିକି ନୁହେଁ, ଲୋକଙ୍କୁ ଲିଫ୍ଟ ମାଗି ମଧ୍ୟ ଗାଡ଼ିରେ ଯାଇଥାଏ। ଏହି କୁକୁରର ନାମ ବୋଜି, ତୁର୍କୀର ରାଜଧାନୀ ଇସ୍ତାନବୁଲରେ ବାସ କରେ। ସୋସିଆଲ ମିଡିଆରେ ବୋଜି ବେଶ୍‌ ପ୍ରସିଦ୍ଧ। ଲୋକମାନେ ଏହା ସହିତ କଥାବାର୍ତ୍ତା କରନ୍ତି, ଏପରିକି ଏହାକୁ ଭଲ ପାଆନ୍ତି। ସବୁଠୁ ମଜା କଥା ହେଉଛି ବୋଜି ମଧ୍ୟ ଏହି ସବୁ ଜିନିଷକୁ ଉପଭୋଗ କରେ। ଲୋକପ୍ରିୟ ହେବା ପୂର୍ବରୁ ସେ ଏକାକୀ ବୁଲୁଥିଲା। କିନ୍ତୁ ବର୍ତ୍ତମାନ ତା’ର ଏକ ବିଳାସପୂର୍ଣ୍ଣ ଘର ଅଛି ଏବଂ ଏକ ପରିବାର ମଧ୍ୟ ରହିଛି।

ମ୍ୟୁନିସିପାଲିଟି କର୍ପୋରେଟ୍‌ କର୍ମଚାରୀମାନେ ଏହି କୁକୁରକୁ ପ୍ରଥମ ଥର ଦେଖିଥିଲେ। ପ୍ରଥମେ କେହି ଧ୍ୟାନ ଦେଇ ନ ଥିଲେ, କିନ୍ତୁ ତାକୁ କିଛି ଦିନ ଟ୍ରାକିଂ କରିବା ପରେ ସେମାନେ ଦେଖିଲେ ଯେ ବୋଜି (କୁକୁର) ପ୍ରତିଦିନ ସହରର ଫେରି, ଟ୍ରାମ ଏବଂ ମେଟ୍ରୋ କାର୍‌ରେ ଯିବଆସିବା କରୁଛି। ବୋଜି ଦିନକୁ୩୦ କିଲୋମିଟର ଯାତ୍ରା କରୁଛି।

ପ୍ରଥମ ଥର ପାଇଁ ଜଣେ ଫଟୋଗାଫର ବୋଜିକୁ ଫଲୋ କଲେ। ତାକୁ ଫଲୋ କରିବା ପରେ, ଜଣା ପଡ଼ିଲା ଯେ ସେ କେବଳ ମଜା ପାଇଁ ଯାତ୍ରା କରେ ଏବଂ କୌଣସି ବାଧ୍ୟତାମୂଳକ ନୁହେଁ। ବୋଜି ଏବେ ଏତେ ଲୋକପ୍ରିୟ ହୋଇଯାଇଛି ଯେ, ଲୋକମାନେ ତାକୁ ଦେଖିଲେ ତା’ ସହ ସେଲ୍‌ଫି ନେଉଛନ୍ତି। ଏଥଇସହିତ ବୋଜିର ଏକ ସୋସିଆଲ ମିଡିଆ ଆକାଉଣ୍ଟ ଅଛି। ଏଥିରେ ହଜାର ହଜାର ଫଲୋଅର୍ସ ମଧ୍ୟ ଅଛନ୍ତି।

ମ୍ୟୁନିସିପାଲିଟି କର୍ପୋରେଶନ କର୍ମଚାରୀମାନେ ତା’ ଯାତ୍ରା ସମୟରେ କାହାକୁ ଅସୁବିଧାରେ ପକାଉଛନ୍ତି କି ନାହିଁ ଜାଣିବା ପାଇଁ ତାକୁ ଟ୍ରାକିଂ କରିବା ଆରମ୍ଭ କରିଥିଲେ। କିନ୍ତୁ ସେ ଏପରି କିଛି କରିନାହିଁ। ବରଂ କେହି ଅସୁବିଧାରେ ଥିଲେ ବୋଜି ସୂଚାଇ ଦେବ। ମ୍ୟୁନିସିପାଲିଟି କର୍ପୋରେଶନ କହିଛି, ବୋଜିର ଗନ୍ତବ୍ୟ ସ୍ଥଳ ସ୍ଥିର ଥାଏ। ସେ ଯେଉଁଠିକୁ ଚାହେଁ ସେଠାକୁ ବୁଲିବାକୁ ଯାଏ।

Share