୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୬ ଗିରଫ

ଜୟପୁର, ୧୨ା୧୧ (ନି.ପ୍ର./ଡି.ଏନ.ଏ.)-ଜୟପୁର ସଦର ପୋଲିସ ଗୁରୁବାର ଏକ ଆନ୍ତଃ ରାଜ୍ୟ ଗଞ୍ଜେଇ ଚାଲାଣକାରୀ ର଼୍ୟାକେଟ୍‌ ଉପରେ ଚଢାଉ କରିଛି ା ମାମଲାରେ ବିହାର, ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବିହାରର ସେନୁ କୁମାର (୧୮), ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାର ରାମ ମୁତ୍ତି କିର୍ଶାନି (୨୮), ଜୟପୁର ସଦର ଥାନା ଅନ୍ତର୍ଗତ ବାମୁଣି ଗ୍ରାମର ନରହରି ପୂଜାରୀ, ପାଞ୍ଜିଆଗୁଡାର ବିଶ୍ୱନାଥ ପରଜା (୩୯), ନନ୍ଦପୁରର ନରେନ୍ଦ୍ର ବଡନାୟକ (୩୨), ଜୟପୁର ସହର ସାମନ୍ତରା ସାହିର ଲକ୍ଷ୍ମୀକାନ୍ତ ମିଶ୍ର (୨୪)।
ଖବରରୁ ଜଣାପଡିଛି, ଏକ ଗଞ୍ଜେଇ ଚାଲାଣକାରୀ ର଼୍ୟାକେଟ୍‌ ଗଞ୍ଜେଇ ଚାଲାଣ କରୁଥିବା ଖବର ପାଇ ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁଡ ସତୀ ନଦୀ ପାଖରେ ଟିମ୍‌ ସହ ଜଗି ରହିଥିଲେ। ଏକ କଳା ରଙ୍ଗର ହୋଣ୍ଡା ସିଟି କାରରେ ଚାଲାଣ ହେଉଥିବା ଗଞ୍ଜେଇକୁ କେତେକ ବାଇକ୍‌ ଆରୋହୀ ସୁରକ୍ଷା ଦେଇ ନେଉଥିବା ବେଳେ ପୋଲିସ ଚଢାଉ କରିଥିଲା। କୋରାପୁଟ ଜିଲା ଜଲାପୁଟରୁ ବିହାରକୁ ଏହି ଗଞ୍ଜେଇ ଚାଲାଣ ହେଉଥିଲା ା ଜବତ ଗଞ୍ଜେଇର ପରିମାଣ ୨କୁଇଣ୍ଟାଲ ୬୯ କେଜି ୫ ଶହ ଗ୍ରାମ ବୋଲି ଜଣାପଡିଛି। ଏହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ। ଏଥିସହ ୬ଟି ମୋବାଇଲ, ନମ୍ବରବିହୀନ ହୋଣ୍ଡା ସିଟି କାର, ୩ଟି ବାଇକ୍‌ ଜବତ ହୋଇଛି। ୨୨୨/୨୦ ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆୟୁଷ୍ମାନ ଭାରତ ଶୁଭାରମ୍ଭ କଲେ ନଡ୍ଡା: ସାଢ଼େ ୩ କୋଟି ଲୋକଙ୍କଙ୍କୁ ମିଳିବ ସୁବିଧା

କଟକ,୧୧।୪: ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହୋଇଛି। ଆୟୁଷ୍ମାନ ଭାରତ ସହ ଆୟୁଷ୍ମାନ ବୟୋ ବନ୍ଦନାର ଶୁଭାରମ୍ଭ କଟକରେ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ...

ଆୟୁଷ୍ମାନ କାର୍ଡ ପାଇଁ ଯାଉଥିବା ବେଳେ ମାଡ଼ିଗଲା ଟ୍ରକ

କଟକ,୧୧।୪: କଟକ ବାଲିଯାତ୍ରା ତଳ ପଡ଼ିଆରେ ଶୁକ୍ରବାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ...

ଭୁବନେଶ୍ୱରରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱର,୧୧।୪: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ନଡ୍ଡା ରାଜ୍ୟରେ ଆୟୁଷ୍ମାନ ଭାରତ...

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା: ଜାଣନ୍ତୁ ଏହାର ଲାଭ, ଗୁରୁତ୍ୱ

ଭୁବନେଶ୍ୱର,୧୧।୪: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PMJAY) ଶୁକ୍ରବାର ଓଡ଼ିଶାରେ ଆରମ୍ଭ ହୋଇଛି। AB-PMJAY ଏବଂ ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା...

ପାରିବାରିକ କଳହରୁ ଡିନାମାଇଟ ଲଗାଇ ଘର ଉଡାଇ ଦେଇଥିଲେ ସ୍ୱାମୀ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ କାଳିଞ୍ଜୀ ସାହିରେ ବୁଧବାର ଅପରାହ୍ନରେ ଡିନାମାଇଟ ଦ୍ଵାରା ଘର ବିସ୍ଫୋରଣ ଘଟଣାରେ ଅଭିଯୁକ୍ତଙ୍କୁ ତଦନ୍ତକାରୀ...

ତରଭୁଜ ବୋଝେଇ ଟ୍ରକରୁ ମିଳିଲା ୧୪୦ କେଜି ଗଞ୍ଜେଇ: ମାଷ୍ଟରମାଇଣ୍ଡ ହୋମ୍‌ଗାର୍ଡ ଗିରଫ

ବାଉଁଶୁଣୀ,୧୧।୪: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ମାଷ୍ଟରମାଇଣ୍ଡ ମନମୁଣ୍ଡା ଥାନା ହୋମଗାର୍ଡ ସମାରୁ ସେଠୀଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ...

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୪(ସୁନିତ ମିଶ୍ର): ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ...

ନବୀନଙ୍କୁ ରୋକଠୋକ ଜବାବ ଦେଲେ ବିଜେଡି ନେତା, ‘ଆମେ କେହି ଚାକିରି କରୁନୁ, ନାଲି ଆଖି ଦେଖାଇ ପାରିବେନି’

ଭୁବନେଶ୍ୱର,୧୧।୪: “ୱାକଫ ବିଲ୍ ଭୋଟ୍ ବିବାଦ ଏବଂ ପରବର୍ତ୍ତୀ ସମୟରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ବୟାନକୁ ନେଇ ବିଜେଡିରେ ଦେଖାଦେଇଥିବା ଆଭ୍ୟନ୍ତରୀଣ ଅଶାନ୍ତି ବଢିଚାଲିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image