ନୂଆଦିଲ୍ଲୀ,୧୩।୨: ପୂର୍ବ ଲଦାଖର ଗଲଓ୍ବାନ ଘାଟି ଏବଂ ପୋଙ୍ଗଙ୍ଗ ହ୍ରଦ ଗସ୍ତରେ ସଂସଦୀୟ ଦଳ ଯିବେ। ଏନେଇ ଶନିବାର ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ୍ ଓରାମ ସୂଚନା ଦେଇଛନ୍ତି। ମେ ୧୫ ପରେ ଏହି ଗସ୍ତ କାର୍ଯ୍ୟକ୍ରମ ହେବ। କମିଟି ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବେ। ଏହି ପ୍ରସ୍ତାବକୁ ସରକାରଙ୍କ ପାଖକୁ ପଠାଯିବ। ଏନେଇ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ କମିଟିକୁ ଜଣାଇ ଦିଆଯିବ। ପୂର୍ବରୁ କମିଟି ଭାରତ-ଚାଇନା ସୀମା, ନାଥୁଲା, ତାମାଙ୍ଗ୍ ଏବଂ ଭାରତ-ବାଂଲାଦେଶ ସୀମା ଗସ୍ତରେ ଯାଇ ସାରିଛନ୍ତି।