ଆଶ୍ରମ ସ୍କୁଲରେ କରୋନା ବିସ୍ଫୋରଣ: ୩୦ ପଜିଟିଭ

ଭିୱଣ୍ଡି,୪ ।୧: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି । ମହାରାଷ୍ଟ୍ରରେ ପୂର୍ବଭଳି ଏଥର ବି ରେକର୍ଡ ପରିମାଣର ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ସୋମବାର ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ର ଭିୱଣ୍ଡିରେ ଥିବା ଆଶ୍ରମ ସ୍କୁଲରେ ୩୦ ଜଣ କରୋନାରେ ପୀଡିତ ହୋଇଛନ୍ତି । ମ୍ୟୁନିସିପାଲ କର୍ପୋରେଶନର ସୂଚନା ଅନୁଯାୟୀ, ଉକ୍ତ ସ୍କୁଲରେ ୨୮ ଜଣ ଶିକ୍ଷାର୍ଥୀ ଓ ୨ ଜଣ କର୍ମଚାରୀ କରୋନାରେ ପୀଡ଼ିତ ହୋଇଛନ୍ତି । ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨,୧୬୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ । ହେଲ୍‌ଥ ବୁଲେଟିନର ସୂଚନା ଅନୁଯାୟୀ ଏବେ ରାଜ୍ୟରେ ୫୨,୪୨୨ ଆକ୍ଟିଭ କେଶ ଥିବା ବେଳେ ମୃତ୍ୟୁ ହାର ରହିଛି ୨.୧ ପ୍ରତିଶତ ।

Share