ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାଳମାଳ ଫେକ୍‌ ଆଇଡି, ଦ୍ୱନ୍ଦ୍ୱରେ ସିଏମଓ ଅଫିସ

ଭୁବନେଶ୍ୱର,୧୩।୬: ଓଡ଼ିଶାକୁ ମିଳିଛି ପୁଣି ନୂଆ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଭାଜପା ବିଧାୟକ ମୋହନ ଚରଣ ମାଝି। ତେବେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ବିଭିନ୍ନ ଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ସୋସିଆଲ ମିଡିଆ ଏକ୍ସ, ଫେସବୁକ୍‌, ଇନଷ୍ଟାଗ୍ରାମରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନଙ୍କୁ ଟ୍ୟାଗ୍‌ କରାଯାଇ ଶୁଭେଚ୍ଛା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସମସ୍ତେ ମୁଖ୍ୟମନ୍ତ୍ରୀ ମୋହନଙ୍କ ବିଭିନ୍ନ ଆକାଉଣ୍ଟକୁ ଟ୍ୟାଗ୍‌ କରୁଛନ୍ତି। ଅର୍ଥାତ୍‌ ମୁଖ୍ୟମନ୍ତ୍ରୀ ଶପଥ ନେବା ପରଠାରୁ ଏବେଯାଏ ମୋହନଙ୍କ ନାମରେ ୩୦ରୁ ଅଧିକ ଫେକ୍‌ ଆକାଉଣ୍ଟ ସୋସିଆଲ ମିଡିଆରେ ଖୋଲାଯାଇଛି। ଆଉ ଏଥିରେ ବୁଧବାର ଠାରୁ ନୂଆନୂଆ ପୋଷ୍ଟ ମଧ୍ୟ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଗସ୍ତ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସ୍ତାବ ମଞ୍ଜୁରୀକୁ ନେଇ ମଧ୍ୟ ଳଗାତାର ପୋଷ୍ଟ କରାଯାଉଛି। ଏପରିକି ସିଏମଓ ଓଡ଼ିଶା ଓ ଭାଜପା ଓଡ଼ିଶା ଏକ୍ସ ହ୍ୟାଣ୍ଡେଲ ମଧ୍ୟ ଭିନ୍ନ ଭିନ୍ନ ଆଇଡିକୁ ଟ୍ୟାଗ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ସରକାରୀ ଟ୍ବିଟର ହ୍ୟାଣ୍ଡେଲ ଜଣାପଡୁ ନ ଥିବାବେଳେ ୩୦ରୁ ଅଧିକ ଫେକ୍‌ ଆକାଉଣ୍ଟ ସୋସିଆଲ ମିଡିଆରେ ଘୁରି ବୁଲୁଛି। ପ୍ରକୃତ ଆଇଡି କେଉଁଟି ଜଣାପଡୁ ନଥିବାରୁ ୟୁଜର୍ସ ତାକୁ ଫଲୋ ମଧ୍ୟ କରୁଛନ୍ତି।

ତେବେ @MohanMOdisha ନାମକ ଆକାଉଣ୍ଟକୁ ଅଧିକାଂଶ ମୁଖ୍ୟମନ୍ତ୍ରୀଙ୍କ ରିଅଲ ଆଇଡି କୁହାଯାଉଛି। ଏହି ଆକାଉଣ୍ଟକୁ ୧୯ହଜାରରୁ ଅଧିକ ଲୋକ ଫଲୋ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠିକାଦାରଙ୍କୁ ଗୁଳିମାଡ଼

ରାଉରକେଲା,୨୨।୨(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲା ସେକ୍ଟର-୩ ଥାନା ଅଧୀନ ସେକ୍ଟର-୪ ପୋଷ୍ଟ ଅଫିସ ନିକଟରେ ଶନିବାର ଜଣେ ଠିକାଦାରଙ୍କୁ ଗୁଳିମାଡ଼ ହୋଇଛି। ସେ ହେଲେ...

ମୋ ବସ୍‌ରେ ଲାଗିଲା ନିଆଁ: ଅଣନିଃଶ୍ୱାସୀ ହୋଇ ଝରକା ବାଟେ ବାହାରିଲେ ଯାତ୍ରୀ

କଟକ,୨୨।୨: ପୁଣି ମୋ ବସ୍‌ରେ ଘଟିଛି ଅଘଟଣ। କଟକ ଜିଲା ଜଗତପୁର ଥାନା ଅଧୀନ ବିରୂପା ବ୍ୟାରେଜ ନିକଟରେ ଶନିବାର ଏକ ମୋ ବସ୍‌ରେ ଅଚାନକ...

ଜାମିନ୍‌ରେ ଆସିଥିବା ପୁଅ ହତ୍ୟାକାରୀଙ୍କୁ ମରଣାନ୍ତକ ଆକ୍ରମଣ: ମା’ବାପା, ଝିଅ ଗିରଫ

ରାଉରକେଲା,୨୨ା୨(ସଙ୍ଗୀତା ଜେନା) ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଟିମ୍ବରକଲୋନୀର ଜଣେ ଯୁବକ ଶମ୍ଭୁନାଥ ଘଡେଇ(୨୭)ଙ୍କୁ ତାଙ୍କ ସାଙ୍ଗମାନେ କୋରାପୁଟ ବୁଲାଇନେଇ ହତ୍ୟା କରିଥିବା ୨୦୨୩ ନଭେମ୍ବର...

ସମ୍ବିଧାନର ସୁରକ୍ଷା ପାଇଁ ଲଢ଼େଇ ଦରକାର

ବରଗଡ଼,୨୨।୨(ପ୍ରେମାନନ୍ଦ ଖମାରୀ)-ବରଗଡ଼ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲରେ ଶନିବାର ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନ ପକ୍ଷରୁ ସର୍ବୋଦୟ ସଂକଳ୍ପ ଶିବିର ଅନୁଷ୍ଠିତ ହୋଇଛି। ଏହି ଅବସରରେ...

ଜାତୀୟସ୍ତରୀୟ କବାଡିରେ ବରଗଡ଼ର ଖେଳାଳି

ବରଗଡ଼,୨୨ା୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଉପାନ୍ତ ଅମ୍ବାଭୋନା ବ୍ଲକ ଉତ୍ତମ ପଞ୍ଚାୟତ ଅନ୍ତର୍ଗତ ଲେଲେହେର ଗ୍ରାମର ଜୟନ୍ତ ସାହୁ(20) ଜାତୀୟସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ଖେଳିବା ପାଇଁ ମନୋନୀତ...

ପୁଣି ଟ୍ରେନ୍‌ ଦୁର୍ଘଟଣା: ନ୍ୟୁଜଲପାଇଗୁଡି ଏକ୍ସପ୍ରେସ୍‌ ଟ୍ରେନରୁ ଖସିପଡ଼ିଲା ବ୍ୟାଟେରି

ସୋର,୨୨।୨(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଷ୍ଟେଶନ ନିକଟ ସର୍ବରା ଷ୍ଟେଶନର କିଛି ଦୂରରେ ଶନିବାର ନ୍ୟୁଜଲପାଇଗୁଡି ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଲାଇନ୍‌ଚ୍ୟୁତ ହୋଇଛି।...

Shaktikanta Das: ପିଏମଓ କାର୍ଯ୍ୟାଳୟରେ ୨ ଓଡ଼ିଆ ଅଫିସର, ଓଡ଼ିଶା ପାଇଁ କ’ଣ ହେବ ଫାଇଦା

ଭୁବନେଶ୍ୱର,୨୨।୨:ଶକ୍ତିକାନ୍ତ ଦାସଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବ-୨ ହେଲେ ଶକ୍ତିକାନ୍ତ। ଏନେଇ କେନ୍ଦ୍ର କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟି ପକ୍ଷରୁ ମଞ୍ଜୁରୀ ମିଳିଛି।...

KIIT ଘଟଣା: ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୨: KIIT ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଆର୍ଜୁ ରାନା ଦେଉବାଙ୍କ ସହ ଫୋନ ଯୋଗେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image