ପୁଣେ,୨୮।୧୨: ପୁଣେର ଏକ ସଫ୍ଟଓ୍ବେର ତାଲିମ କେନ୍ଦ୍ରରେ ଖ୍ରୀଷ୍ଟମାସ ଉପଲକ୍ଷେ ହୋଇଥିବା ଖାଦ୍ୟ ଖାଇବା ପରେ ୩୦ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖାଦ୍ୟରେ ବିଷକ୍ରିୟା ଯୋଗୁ ଏପରି ଘଟିଥିବା ପୁଣେ ଜିଲା ସିଭିଲ ସର୍ଜନ ଡା. ଅଶୋକ ନନ୍ଦପୁରକର କହିଛନ୍ତି। ଖାଇଥିବା ଖାଦ୍ୟର ନମୁନା ସଂଗ୍ରହ ପରେ ଯାଞ୍ଚ ପାଇଁ ପଠାଯାଇଛି।