Categories: ଫୁରସତ

ମଶା କାମୁଡ଼ିବାରୁ ୩୦ ସର୍ଜରି

ବର୍ଲିନ: ମଶା କାମୁଡ଼ିଲେ ଡେଙ୍ଗୁ, ମ୍ୟାଲେରିଆ କିମ୍ବା ଜ୍ୱର ହେବାର ଆଶଙ୍କା ରହିଛି, ଯାହାର କାରଣ ମଶାଙ୍କଠାରେ ଥିବା ସ୍ବତନ୍ତ୍ର ପ୍ରକାର ପାରାସାଇଟ୍‌। କିନ୍ତୁ ମଶା କାମୁଡ଼ିବାରୁ ଅସ୍ତ୍ରୋପଚାର କରାଯିବା କିମ୍ବା ବ୍ୟକ୍ତି କୋମାକୁ ଚାଲିଯିବା କଥା ପଢ଼ିଲାବେଳକୁ ଯେତିକି ବିଚିତ୍ର ଲାଗୁଛି ସେତିକି ଆଶ୍ଚର୍ଯ୍ୟପୂର୍ଣ୍ଣ ମଧ୍ୟ। ଏଭଳି ବିରଳ ଘଟଣା ଜର୍ମାନରେ ଦେଖିବାକୁ ମିଳିଛି। ମଶା କାମୁଡ଼ିବାରୁ ରୋଇଡେରମାର୍କର ସେବାଷ୍ଟିଆନ ରୋଟଶ୍ଚକେଙ୍କୁ ୪ ସପ୍ତାହ କୋମାରେ ରହିବା ସହ ୩୦ଟି ସର୍ଜରି କରିବାକୁ ପଡ଼ିଛି।
ବର୍ଷୀୟ ସେବାଷ୍ଟିଆନ୍‌ଙ୍କୁ ଏସିଆନ୍‌ ଟାଇଗର ମଶା ଗତବର୍ଷ ମେ’ରେ କାମୁଡ଼ିଥିଲା। ମଶା କାମୁଡ଼ିବାର ଦିନକ ପରେ ସେବାଷ୍ଟିଆନ୍‌ଙ୍କୁ ଜ୍ୱର ହୋଇଥିଲା। ଏହାପରେ ତାଙ୍କ ପାଦ ଅଚଳ ହୋଇଗଲା, ଫଳରେ ଅସ୍ତ୍ରୋପଚାର ଦ୍ୱାରା ସେବାଷ୍ଟିଆନଙ୍କ ଦୁଇ ପାଦ ଡାକ୍ତରଙ୍କୁ କାଟିବାକୁ ପଡ଼ିଥିଲା। ସର୍ଜରି ପରେ ସେବାଷ୍ଟିଆନଙ୍କୁ ୪ ସପ୍ତାହ କୋମାରେ ରହିବାକୁ ପଡ଼ିଲା। ରକ୍ତରେ ବିଷକ୍ରିୟା କାରଣରୁ ତାଙ୍କ ଯକୃତ, ବୃକକ୍‌, ହୃତ୍‌ପିଣ୍ଡ ଏବଂ ଫୁସ୍‌ଫୁସ୍‌ ମଝିରେ ମଝିରେ କାମ କରିବା ବନ୍ଦ କରିଦେଉଥିଲା। ଏହାପରେ ସେବାଷ୍ଟିଆନଙ୍କ ଜଙ୍ଘର ସ୍କିନ୍‌ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା। ମାଲିଗନାଣ୍ଟ ବ୍ୟାକ୍ଟେରିଆ ତାଙ୍କ ବାମ ଜଙ୍ଘର ଟିସୁକୁ ଖାଇପକାଇଥିବାବେଳେ ସେବାଷ୍ଟିଆନ୍‌ଙ୍କ ବଞ୍ଚିବାର ଆଶା କ୍ଷୀଣ ହୋଇଯାଇଥିଲା।
ଥିବାବେଳେ ହିଁ ଏସିଆନ୍‌ ଟାଇଗର ମଶା ତାଙ୍କୁ କାମୁଡ଼ିଥିବା ସେବାଷ୍ଟିଆନ କହିଛନ୍ତି। ଏହା ତାଙ୍କୁ ଶଯ୍ୟାଶାୟୀ କରିଦେଇଥିବାବେଳେ ବଞ୍ଚିବାଲାଗି ତାଙ୍କର ସବୁ ଆଶା ମଉଳି ଯାଇଥିଲା। ଆରୋଗ୍ୟ ହେବା ଲାଗି ତାଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ରହିବାକୁ ପଡ଼ିଥିଲା। ଘଟଣାକୁ ବର୍ଷକରୁ ଅଧିକ ସମୟ ହୋଇଯାଇଥିବାବେଳେ ସେବାଷ୍ଟିଆନ୍‌ ଏ ପର୍ଯ୍ୟନ୍ତ ଅଫିସରୁ ଅସୁସ୍ଥତାକାରଣରୁ ଛୁଟିରେ ଅଛନ୍ତି। ଏସିଆନ୍‌ ଟାଇଗର ମଶା ଫରେଷ୍ଟ ମସ୍‌କ୍ୟୁଟୋ ଭାବେ ମଧ୍ୟ ଜଣାଯାଏ। ଏହି ମଶା ବିଶେଷ କରି ଦିନ ସମୟରେ କାମୁଡ଼ିଥାଏ। ଡେଙ୍ଗୁ, ଚିକୁନଗୁନିଆ ଭଳି ବହୁ ରୋଗ ଏହି ମଶା କାମୁଡ଼ିବା କାରଣରୁ ହୋଇଥାଏ।

Share