ରାଜ୍ୟରେ ଖାଲି ପଡ଼ିଛି ୩୦ ହଜାର ୫୪୦ ପ୍ରାଥମିକ ଶିକ୍ଷକ ପଦବୀ

ଭୁବନେଶ୍ୱର,୬।୯: ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ୩୦ ହଜାର ୫୪୦ ପ୍ରାଥମିକ ଶିକ୍ଷକ ପଦବୀ ଖାଲି ପଡିଥିବା ବିଧାନସଭାରେ ସୂଚନା ଦେଇଛନ୍ତି ସରକାର। ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ତଥ୍ୟ ରଖିଛନ୍ତି।

ରାଜ୍ୟରେ ପ୍ରାୟ ୧ ଲକ୍ଷ ୩୫ ହଜାର ୬୫୬ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦ ରହିଥିଲା ବେଳେ ଏକ ବଡ ସଂଖ୍ୟାରେ ପଦବୀ ଖାଲି ରହିଥିବା ଜଣାପଡିଛି। ଗଞ୍ଜାମ ଜିଲାରେ ସର୍ବାଧିକ ୪ ହଜାର ୨୮୩ ଶିକ୍ଷକ ପଦବୀ ଖାଲି ରହିଥିବା ବେଳେ ୧୬ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ନେଇ ପ୍ରକ୍ରିୟା ଚାଲୁ ରହିଥିବା ମନ୍ତ୍ରୀ କହିଛନ୍ତି।

କିଛିଦିନ ତଳେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଉତ୍ତରରେ ଦେଇଥିବା ତଥ୍ୟ ଅନୁଯାୟୀ ସ୍କୁଲ୍ ଏବଂ ଗଣଶିକ୍ଷା ବିଭାଗରେ ସର୍ବାଧିକ ୬୩,୪୦୫ ପଦବୀ ଖାଲି ରହିଥିବା ବେଳେ ଏହା ପଛକୁ ସ୍ୱାସ୍ଥ୍ୟ ବିଭାଗରେ ୩୯,୧୨୭ ପଦବୀ ଖାଲି ରହିଛି।

ସେହିଭଳି ଗୃହ ବିଭାଗରେ ୧୯,୮୮୯, ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗରେ ୧,୩୫୬୭, ରାଜସ୍ବ ଏବଂ ବିପର୍ୟ୍ୟୟ ପରିଚାଳନା ବିଭାଗରେ ୧୧,୮୧୦, ଆଇନ ବିଭାଗରେ ୨,୯୭୩, ଅର୍ଥ ବିଭାଗରେ ୩,୧୦୧, ବାଣିଜ୍ୟ ଏବଂ ପରିବହନ(ବ୍ୟାପାର) ବିଭାଗରେ ୧୩୯୧, ପୂର୍ତ୍ତ ବିଭାଗରେ ୪୪୦୫, ଓଡ଼ିଶା ବିଧାନସଭାରେ ୨୬୩, ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ବିଭାଗରେ ୧୦୯୩, ଏସସି ଏବଂ ଏସଟି ବିକାଶ, ଦଳିତ ଏବଂ ପଛୁଆ ବର୍ଗରେ ୩୨୮୧, ଗୃହ ଏବଂ ନଗର ଉନ୍ନୟନ ବିଭାଗରେ ୧୦୭୯, ଶ୍ରମିକ ଏବଂ ଇଏସଆଇ ବିଭାଗରେ ୧୭୬୮, ଖେଳ ଏବଂ ଯୁବ ବ୍ୟାପାର ବିଭାଗରେ ୯୬, ଯୋଜନା ଏବଂ ସଂଯୋଜନା ବିଭାଗରେ ୧୩୮୯, ପଞ୍ଚାୟତରାଜ ଏବଂ ପାନୀୟଜଳ ବିଭାଗରେ ୭୪୬୫, ବାଣିଜ୍ୟ ଏବଂ ପରିବହନ(ପରିବହନ) ବିଭାଗରେ ୬୦୦, ବନ, ପରିବେଶ ଏବଂ ଜଳବାୟୁ ପରିବର୍ତନ ବିଭାଗରେ ୪୨୯୪, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗରେ ୭୨୯୫, ଇସ୍ପାତ ଏବଂ ଖଣି ବିଭାଗରେ ୭୨୦, ସୂଚନା ଏବଂ ଲୋକ ସମ୍ପର୍କ ବିଭାଗରେ ୫୦୧, ଅବକାରୀ ବିଭାଗରେ ୨୪, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗରେ ୩୫, ଗ୍ରାମାଞ୍ଚଳ ଉନ୍ନତିକରଣ ବିଭାଗରେ ୧୫୨୪, ପାର୍ଲିଆମେଣ୍ଟାରୀ ବିଭାଗରେ ୧୪୨, ଶକ୍ତି ବିଭାଗରେ ୩୯୩, ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ବିଭାଗରେ ୯୫୨, ପର୍ୟ୍ୟଟନ ବିଭାଗରେ ୧୫୧, ମତ୍ସ୍ୟ ଓ ପଶୁ ସମ୍ପଦରେ ୬୦୭୨, କୋଅପରେସନରେ ୧୮୨୧, ପବ୍ଲିକ ଏଣ୍ଟରପ୍ରାଇଜରେ ୨୫, ମହିଳା ଶିଶୁ କଲ୍ୟାଣ ବିଭାଗରେ ୨୦୧୭, ଇଲେକ୍ଟ୍ରୋନିକ ଏବଂ ଆଇଟି ରେ ୧୯, ଉଚ୍ଚ ଶିକ୍ଷାରେ ୩୭୬୧, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାରେ ୩୧୦, ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତିରେ ୩୬୨ ଏବଂ ମିଶନ ଶକ୍ତି ବିଭାଗର ୪୯ ଟି ପଦବୀକୁ ମିଶାଇ ମୋଟ ୨୦୫୨୨୮ ପଦବୀ ଖାଲି ପଡିଛି।