ଭୁବନେଶ୍ୱର,୧।୯ (ବ୍ୟୁରୋ): ନିଜକୁ ରାଜ୍ୟର ଅମୂଲ କମ୍ପାନୀର ମୁଖ୍ୟ ବୋଲି ପରିଚୟ ଦେଇଥିଲେ। ଏହାପରେ କମ୍ ଟଙ୍କାରେ ଅମୁଲ ଆଉଟଲେଟ କାଉଣ୍ଟର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇ ଜଣେ ବ୍ୟକ୍ତିଙ୍କଠାରୁ ୩୦ ହଜାର ଟଙ୍କା ଠକିବା ଅଭିଯୋଗରେ ଖଣ୍ଡଗିରି ଥାନା ପୋଲିସ ଜଣେ ଠକକୁ ଗିରଫ କରିଛି । ସେ ହେଲେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ରହୁଥିବା କଟକ ଜିଲା ଚାଉଳିଆ ଥାନା ଅନ୍ତର୍ଗତ ନୂଆବଜାର ଗ୍ରାମର ଜ୍ଞାନରଞ୍ଜନ ସାରଙ୍ଗୀ (୪୨) । ତାଙ୍କଠାରୁ ୩୦ ହଜାର ଟଙ୍କା ଜବତ କରାଯାଇଛି । ଏନେଇ ପୋଲିସ ମାମଲା (ନଂ ୪୪୫/୨୨) ରେ ରୁଜୁ କରି ଅଭିଯୁକ୍ତକୁ ଗୁରୁବାର କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।