Categories: ଜାତୀୟ

ଇସ୍ପାତ କାରଖାନା ବଏଲରରେ ବଡ଼ ଧରଣର ବିସ୍ଫୋରଣ

ମୁମ୍ବାଇ,୨୪ା୮: ମହାରାଷ୍ଟ୍ରର ଜଲ୍‌ନା ଜିଲାରେ ଥିବା ଏକ ଇସ୍ପାତ କାରଖାନା ବଏଲରରେ ଶନିବାର ଅପରାହ୍ନରେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୩୦ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଗୁରୁତର ଥିବା ଲୋକଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୋଲିସ ସୂଚନା ଅନୁଯାୟୀ, ଗଜକେଶରୀ ଇସ୍ପାତ ଫ୍ୟାକ୍ଟ୍ରିରେ ଶ୍ରମିକମାନେ ବଏଲରରେ ଧାତବ ପଦାର୍ଥ ଢାଳୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ଉତ୍ତପ୍ତ ତରଳ ଧାତବ ପଡ଼ି ୩୦ ଶ୍ରମିକ ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ସ୍ଥାନୀୟ ଓମ୍‌ ହସ୍ପିଟାଲକୁ ନିଆଯାଇଥିଲା। ଗୁରୁତର ଆହତଙ୍କ ଚିକିତ୍ସା ଜାରି ରହିଛି। ବିସ୍ଫୋରଣ ଘଟଣାର ତଦନ୍ତ ଜାରି ରହିଥିବା ଜଲ୍‌ନା ଏସ୍‌ପି କହିଛନ୍ତି

Share