‘ମୁଁ ଖୁସିରେ ନାହିଁ, ମୋତେ ଶାନ୍ତି ଦରକାର’

ବମ୍ବେ: କ୍ଷମା କରିବେ। ଏଥିଲାଗି କେହି ବି ଦାୟୀ ନୁହନ୍ତି। କାହାକୁ ବି ହଇରାଣ କରିବେ ନାହିଁ। ମୁଁ ଖୁସିରେ ନାହିଁ। ଖାଲି ଶାନ୍ତି ଦରକାର। କିଛି ଏଭଳି ଲେଖି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ଜଣେ ମଡେଲ। ମାୟାନଗରୀ ମୁମ୍ବାଇରେ ନିଜ ଭାଗ୍ୟ ପରଖିବାକୁ ଆସିଥିବା ଏହି ମଡେଲ ହାରିଯାଇ ଶେଷରେ ଆତ୍ମହତ୍ୟା କରିଛନ୍ତି।

ମୁମ୍ବାଇର ଅନ୍ଧେରୀରେ ରହୁଥିବା ଉକ୍ତ ୩୦ ବର୍ଷୀୟ ମଡେଲ ଆକାଂକ୍ଷା ମୋହନ ଚାର ବଙ୍ଗଲା ଅଞ୍ଚଳରେ ଥିବା ଏକ ହୋଟେଲରେ ରହିବାକୁ ବୁକ୍‌ କରିଥିଲେ। ସେ ଲୋଖଣ୍ଡଓ୍ବାଲାର ଯମୁନାନଗର ସୋସାଇଟିରେ ରହୁଥିଲେ। ବୁଧବାର ସେ ଅପରାହ୍ନ୧ଟାରେ ପହଞ୍ଚିଥିଲେ। ରାତିରେ ଖାଇବା ମଗାଇ ଖାଇଥିଲେ। ହେଲେ ଗୁରୁବାର ସକାଳେ ହୋଟେଲର ଓ୍ବେଟର ଘଣ୍ଟି ବଜାଇ ତାଙ୍କୁ ଡାକିଥିଲେ। ସେ ନିରାଶ ହେବା ପରେ ସେ ହୋଟେଲର ମ୍ୟାନେଜରଙ୍କୁ ସୂଚନା ଦେଇଥିଲେ। ମ୍ୟାନେଜର ପୋଲିସକୁ ଖବର ଦେବା ପରେ ତୁରନ୍ତ ମାଷ୍ଟର ଚାବି ସାହାଯ୍ୟରେ କବାଟ ଖୋଲା ଯାଇଥିଲା। ଏହାପରେ ମଡେଲଜଣଙ୍କ ପଙ୍ଖା ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ସେ ସେଠାରେ ଛାଡ଼ିଥିବା ସୁଇସାଇଡ୍‌ ନୋଟ୍‌ ପୋଲିସ ଜବତ କରିବା ସହ ଛାନଭିନ ଆରମ୍ଭ କରିଛି। ବିଶେଷକରି ଖୁସି ନ ଥିବାରୁ ସେ ଆତ୍ମହତ୍ୟା କରିଥିବା ଲେଖିଥିବା ଚର୍ଚ୍ଚାର ବିଷୟ ପାଲଟିଛି।

Share