Categories: ଜାତୀୟ

ଭାରତରେ ପ୍ରବେଶ କରିବା ପାଇଁ ଅପେକ୍ଷାରେ ୩୦୦ ବାଂଲାଦେଶୀ, ହେଲେ ସୀମାରେ..

ନୂଆଦିଲ୍ଲୀ, ୦୯।୦୮: ବାଂଲାଦେଶରେ ହିନ୍ଦୁ ଏବଂ ସଂଖ୍ୟାଲଘୁ ସଂପ୍ରଦାୟ ସମୁଦାୟ ଉପରେ ଅତ୍ୟାଚାର ଜାରି ରହିଛି । ରାଜନୈତିକ ଅସ୍ଥିରତା ଭିତରେ ଦଙ୍ଗାକାରୀ ଦେଶରେ ଜଳାପୋଡ଼ା କରିବା ସହ ନୀରିହ ଜନତାଙ୍କୁ ଟାର୍ଗେଟ୍‌ କରୁଛନ୍ତି । ବିଶେଷ କରି ଅନ୍ୟ ଧର୍ମର ଲୋକଙ୍କୁ ଖୋଜି ଖୋଜି ସେମାନଙ୍କ ହାତ ଗୋଡ଼ ବାନ୍ଧି ମାଡ଼ ମାରିବା ସହିତ ସେମାନଙ୍କ ଘରୁ ଲୁଟ୍‌ପାଟ୍‌ କରୁଛନ୍ତି । ଏହାରି ମଧ୍ୟରେ ୩୦୦ ବାଂଲାଦେଶୀ ଭାରତର ଜଲପାଇଗୁଡ଼ି ଜିଲାର ସୀମା ନିକଟରେ ଏକତ୍ରିତ ହୋଇଛନ୍ତି । ସେମାନେ ଭାରତରେ ପ୍ରବେଶ କରିବାକୁ ପ୍ରୟାସ କରୁଛନ୍ତି । ହେଲେ ସୀମାରେ ବିଏସ୍‌ଏଫ୍‌ ସେମାନଙ୍କୁ ହଟାଇ ଦେଇଛି ।

ଅନ୍ୟପଟେ, ବାଂଲାଦେଶରେ ଜାରି ରହିଥିବା ରାଜନୈତିକ ହିଂସା ମଧ୍ୟରେ କାମଚଳା ସରକାର ଶପଥ ନେଇଛି । ଏହି ସରକାରରେ ନୋବେଲ୍‌ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ପ୍ରଧାନମନ୍ତ୍ରୀ ଭାବେ ଦ଼୍ବାୟିତ଼୍ବ ଗ୍ରହଣ କରିଛନ୍ତି । ସେ ତାଙ୍କ ପ୍ରଥମ ବୟାନ୍‌ରେ ବାଂଲାଦେଶରେ ଚାଲିଥିବା ହିଂସାରେ ହିନ୍ଦୁ, ଶିଖ୍‌, ବୈଦ୍ଧ ଏବଂ ଖ୍ରୀଷ୍ଟିଆନଙ୍କ ସମେତ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କୁ ଖୋଜି ଖୋଜି ସେମାନଙ୍କ ଉପରେ ହତ୍ୟା କରାଯାଉଥିବା ସ଼୍ବୀକାର କରିଛନ୍ତି । ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ନୂତନ ମୁଖ୍ୟ ମହମ୍ମଦ ୟୁନୁସ ରାଜନୈତିକ ସଙ୍କଟ ଦେଇ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଆକ୍ରମଣ ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିଥିବା ଦେଖିବାକୁ ମିଳୁଛି ।

Share