ଗ୍ରୀସ ଡଙ୍ଗା ବୁଡି ଘଟଣାରେ ୩୦୦ ପାକିସ୍ତାନି ମୃତ, ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ପ୍ରଧାନମନ୍ତ୍ରୀ ଶହବାଜ

ଇସଲାମାବାଦ,୨୦।୬: ଗତ ସପ୍ତାହରେ, ଗ୍ରୀସରେ ଏକ ଡଙ୍ଗା ଦୁର୍ଘଟଣାରେ ୩୦୦ପାକିସ୍ତାନୀ ବୁଡ଼ିଯିବାର ଆଶଙ୍କା କରାଯାଇଛି। ଏହାକୁ ନେଇ ପାକିସ୍ତାନରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଡଙ୍ଗାରେ ପ୍ରାୟ ୭୫୦ ଜଣ ଯାତ୍ରୀ ଥିଲେ। ତେବେ ଏହାର କ୍ଷମତା କେବଳ ୩୫୦ଲୋକଙ୍କୁ ବହନ କରିବାକୁ କୁହାଯାଇଛି । ଏ ସମ୍ପର୍କରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ମାନବ ଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମାନବ ଚାଲାଣ ଅଭିଯୋଗରେ ପାକିସ୍ତାନର ବିଭିନ୍ନ ସ୍ଥାନରୁ ପ୍ରାୟ ୧୪ଜଣଙ୍କୁ ଗିରଫ କରାଯାଇଛି। ସେ ମଧ୍ୟ ପୂର୍ବ ଏବଂ ଆଫ୍ରିକା ଦେଇ ପାକିସ୍ତାନୀମାନଙ୍କୁ ୟୁରୋପରେ ବେଆଇନ ଭାବେ ଅନୁପ୍ରବେଶ କରିଥିବା ଅଭିଯୋଗ ହୋଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସ୍ବୀକାର କରିଛନ୍ତି ଯେ ସେ ସେହି ଡଙ୍ଗାରେ ତିନି ଜଣଙ୍କୁ ପଠାଇଛନ୍ତି। ଏଥିପାଇଁ ସେ ୧୦,୪୫୨ ଡଲାର ଚାର୍ଜ କରିଥିଲେ। ପାକିସ୍ତାନୀ ବଞ୍ଚିଥିବା ବ୍ୟକ୍ତି ଏହି ଘଟଣା ପାଇଁ ଗ୍ରୀକ କୋଷ୍ଟଗାର୍ଡକୁ ଦାୟୀ କରିଛନ୍ତି।

Share