ନୂଆଦିଲ୍ଲୀ,୨୫।୩ : ୨୦ ବର୍ଷ ପୂର୍ବେ ୩୦୦ ଟଙ୍କା ଲାଞ୍ଚ ନେଇ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଲାଞ୍ଚ ଦାବି କରିବା ତଥା ଏହାକୁ ଜବତ କରାଯିବାର କୌଣସି ପ୍ରମାଣ ନାହିଁ ବୋଲି କୋର୍ଟ କହିଛନ୍ତି।
ଜଷ୍ଟିସ ଅଭୟ ସିଂ ଓକା ଏବଂ ଜଷ୍ଟିସ ରାଜେଶ ବିନ୍ଦଲଙ୍କ ନେତୃତ୍ୱରେ ଏକ ଡିଭିଜନ ବେଞ୍ଚ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି। ଦୁର୍ନୀତି ନିବାରଣ ଅଧିନିୟମ ୧୯୮୮ ଅନ୍ତର୍ଗତ ଏହି ମାମଲା ରୁଜୁ କରାଯାଇଥିଲା।