Categories: ଜାତୀୟ

୩୦୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ସୁଯୋଗ ଉଣ୍ଡି ବସିଛନ୍ତି

ଶ୍ରୀନଗର, ୧୧।୭: ଜମ୍ମୁ-କଶ୍ମୀର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ୨୫୦ରୁ ୩୦୦ ଆତଙ୍କବାଦୀ ସୁଯୋଗକୁ ଅପେକ୍ଷା କରିଛନ୍ତି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକ ନିକଟରେ ଥିବା ଲଞ୍ଚପ୍ୟାଡ୍‌ରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବା ଲାଗି ପ୍ରସ୍ତୁତ ରହିଛନ୍ତି ବୋଲି ମେଜର ଜେନେରାଲ ବିରେନ୍ଦ୍ର ଭାଟ୍ସ୍‌ କହିଛନ୍ତି। ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ସୁଯୋଗ ସୃଷ୍ଟି କରିବା ଲାଗି ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ସେ କହିଛନ୍ତି। ଆତଙ୍କବାଦୀଙ୍କୁ ପାକିସ୍ତାନ ସୈନ୍ୟ ବିଭାଗ ଏବଂ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପକ୍ଷରୁ ତାଲିମ୍‌ ଦିଆଯାଇଛି। ଆତଙ୍କବାଦୀମାନେ ଭାରତରେ ପଶି ଆକ୍ରମଣ କରିବା ଷଡ଼ଯନ୍ତ୍ର ରଚିଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ସୂଚନା ଆଧାରରେ ନିୟନ୍ତ୍ରଣ ରେଖାଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବିରେନ୍ଦ୍ର ଭାଟ୍ସ୍‌ କହିଛନ୍ତିି।

Share