ମସ୍କୋ,୮ ।୮: ରୁଷିଆ ସେନା ୟୁକ୍ରେନର ଦୋନେତସ୍କରେ ମିଶାଇଲ ଆକ୍ରମଣ କରିଛନ୍ତି । ଖାରକିଭର ଯେଉଁ ସ୍ଥାନରେ ରୁଷିଆ ସେନା ପ୍ରବେଶ କରି ପାରି ନାହାନ୍ତି ସେହି ସ୍ଥାନକୁ ବି ଟାର୍ଗେଟ କରି ରୁଷିଆ ମିଶାଇଲ ମାଡ କରିଥିବା ପ୍ରକାଶ କରିଛି । ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି କି ସଦ୍ୟ ଆକ୍ରମଣରେ ୟୁକ୍ରେନରେ ବହୁ କ୍ଷୟକ୍ଷତି ହୋଇଛି । ଏହି ଆକ୍ରମଣରେ କେବଳ ୟୁକ୍ରେନ ସେନାଙ୍କୁ ଟାର୍ଗେଟ କରାଯାଇନାହିଁ ବରଂ ୟୁକ୍ରେନର ବହୁ ଗାଡି, ସେନା ବେସକୁ ନଷ୍ଟ କରିଦିଆଯାଇଥିବା ରୁଷିଆ ଦାବି କରିଛି । ଏହାର ପ୍ରମାଣ ସ୍ୱରୂପ ମନ୍ତ୍ରଣାଳୟ ପକ୍ଷରୁ କିଛି ଭିଡିଓ ବି ଜାରି କରାଯାଇଛି ।
ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦୋନେତସ୍କରେ ହୋଇଥିବା ଆକ୍ରମଣରେ ୟୁକ୍ରେନର ୨୦୦ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଖାରକିଭରେ ୟୁକ୍ରେନର ୧୦୦ ସେନାଙ୍କ ମୃତ୍ୟୁ ହୋଇଛି ।