Categories: ଜାତୀୟ

‘ଗୋଆରେ ସରକାରକୁ ଆସିଲେ ମାଗଣାରେ ବିଦ୍ୟୁତ୍‌ ଦେବୁ’

ପଣନୀ,୧୪।୭: ଯଦି ଦିଲ୍ଲୀ ବାସୀ ମାଗଣାରେ ବିଦ୍ୟୁତ ପାଉଛନ୍ତି, ତେବେ ଗୋଆ ଲୋକେ କାହିଁକି ନୁହେଁ। ଗୋଆରେ ସରକାରକୁ ଆସିଲେ ପ୍ରତ୍ୟେକ ପରିବାରକୁ ମାସକୁ ୩୦୦ ୟୁନିଟ୍‌ ବିଦୁତ୍‌ ମାଗଣାରେ ଦେବୁ। ଫେବୃୟାରୀରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ଆମ ଆଦମି ପାର୍ଟି (ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ।

ଏଏପିର ନ୍ୟାଶନାଲ କନଭେନରରେ ବୁଧବାର ୪ଟି ପ୍ରତିଶ୍ରୁତି ଉନ୍ମୋଚିତ କରିଛନ୍ତି କେଜରିଓ୍ବାଲ। ଏଥିରେ ୩୦୦ ୟୁନିଟ୍‌ ବିଦ୍ୟୁତ୍‌ ମାଗଣାରେ ଦେବା ସହ ପୁରୁଣା ବିଦ୍ୟୁତ ବିଲ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ଘୋଷଣା କରିଛନ୍ତି। ଏଥି ଯୋଗୁ ରାଜ୍ୟର ୮୭ ପ୍ରତିଶତ ଉପଭୋକ୍ତାଙ୍କୁ ବିଦ୍ୟୁତ ବାବଦକୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ଦୁଇ ଦିନିଆ ଗସ୍ତରେ ଗୋଆ ଆସିଥିବା କେଜରିଓ୍ବାଲ କହିଛନ୍ତି। ରାଜ୍ୟର କୃଷକଙ୍କୁ ମାଗଣାରେ ବିଦ୍ୟୁତ୍‌ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

 

Share