ଶତାଧିକ ବର୍ଷ ଧରି ଟଣା ହୋଇନି ରଥ

କେନ୍ଦ୍ରାପଡ଼ା,୧୩ା୭ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରଠାରୁ ମାତ୍ର ୧୨ କିଲୋମିଟର ଦୂରରେ ଇନ୍ଦୁପୁର। ଏଠାରୁ ଦେଢ଼ କିଲୋମିଟର ହାବେଳି (ପତି ସାହି)ଠାରେ ଥିବା ପ୍ରାୟ ୩୦୦ବର୍ଷର ଶ୍ରୀଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ଅବସ୍ଥାନ କରୁଛନ୍ତି। ୩ ଚକାସନରେ ଉପବିଷ୍ଟ ଏହି ଦେବ ପ୍ରତିମା ଦାରୁରେ ନିର୍ମିତ ହୋଇଥିଲେ ମଧ୍ୟ କେବେ ନବ କଳେବର ହୁଅନ୍ତି ନାହିଁ। ମାତ୍ର ଶ୍ରୀଜଗନ୍ନାଥ ସଂସ୍କୃତିରେ ପ୍ରଚଳିତ ରୀତିନୀତିକୁ ଅନୁକରଣ କରାଯାଏ। ସ୍ନାନ ପୂର୍ଣ୍ଣିମା ଅବସରରେ ଦିଅଁମାନେ ନିକଟସ୍ଥ ସ୍ନାନମଣ୍ଡପକୁ ଯାଆନ୍ତି। ସେଠାରୁ ଫେରି ଅନବସର ଗୃହରେ ରୁହନ୍ତି। ଏହି ସମୟରେ ବନକ ଲାଗି ହୁଏ। ନେତ୍ରୋତ୍ସବରେ ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦେଖା ଦିଅନ୍ତି। ଏହି ଦିନ ରଥ ବଦଳରେ ମନ୍ଦିର ଚୂଳରେ ନେତ ବନ୍ଧାହୁଏ। ତେବେ ରଥଯାତ୍ରା ଦିନ ରଥ ବଦଳରେ ଶ୍ରୀଜୀଉମାନେ ମନ୍ଦିର ଚକାସନରେ ବିଜେ ହୁଅନ୍ତି।
ବନ୍ଦ ହୋଇଥିବା ରଥଟଣା ଓ ଏହି ମନ୍ଦିର ସମ୍ପର୍କରେ ଅବସରପ୍ରାପ୍ତ ଶିକ୍ଷକ ତଥା ସେବାୟତ ନୀଳମାଧବ ପତି କହିଛନ୍ତି, ପ୍ରାୟ ୩ ଶହ ବର୍ଷରୁ ଅଧିକ ସମୟ ହେବ ଏଠାରେ ରଥଟଣା ବନ୍ଦ ରହିଛି। ସମ୍ଭବତଃ ଗ୍ରାମରେ ରଥ ଉପଯୋଗୀ ଦାଣ୍ଡ ଓ ମାଉସୀ ମା’ ମନ୍ଦିର ନ ଥିବାରୁ ଏପରି ବ୍ୟବସ୍ଥା ହୋଇଛି। ସେ କହିଛନ୍ତି ଯେ, ଏବକାର ଦେଉଳଟି ପ୍ରାୟ ୩୦୦ ବର୍ଷ ପୂର୍ବର। ମାତ୍ର ମୂଳ ମନ୍ଦିର ଏଠାରେ ନ ଥିଲା। ବିରୂପା ନଦୀ କୂଳରେ ଦ୍ୱାଦଶ ଶତାବ୍ଦୀର ମନ୍ଦିର ରହିଥିବା ବିଭିନ୍ନ ସମୟରେ ପ୍ରମାଣ ମିଳିଛି। ନଦୀବନ୍ଧ ନିକଟରେ ଜଣେ ବ୍ୟକ୍ତି ଘର ନିଅଁ ଖୋଳିବାକୁ ଯାଇ ଏକ ପ୍ରସ୍ତର ଚଟାଣ ଉଦ୍ଧାର କରିଛନ୍ତି। ସେହିପରି ନଦୀ ଗର୍ଭକୁ ଚାଲି ଯାଇଥିବା ୩ ବାମ୍ଫି ସମ୍ପର୍କରେ ଲୋକକଥା ଏଯାଏ ଅଞ୍ଚଳବାସୀଙ୍କ ମୁହଁରେ ରହିଛି। ଆଉରଙ୍ଗଜେବଙ୍କ ସେନା ଆକ୍ରମଣ ସମୟରେ ମନ୍ଦିରର ବହୁ ସୁନା ଓ ରୁପା ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀ ସେହି ବାମ୍ଫିରେ ପଡିଛି ବୋଲି ସମସ୍ତେ ବିଶ୍ୱାସ କରନ୍ତି। ଏହାବ୍ୟତୀତ ଶ୍ରୀଜୀଉଙ୍କ ଚକାସନ ବହୁ ଗବେଷକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ସେବାୟତ ପତି କହିଛନ୍ତି, ମନ୍ଦିରର ବିରାଜିତ ଶ୍ରୀଜୀଉଙ୍କ ଉଚ୍ଚତା ପ୍ରାୟ ୪ ଫୁଟ୍‌। ଦିଅଁମାନେ ଯେଉଁ ଚକାସନରେ ବସିଛନ୍ତି, ସେଠାରେ ପ୍ରାକ୍‌ ସମୟର ଭାଷାରେ କିଛି ଲେଖାଯାଇଛି। ଯାହା ଐତିହାସିକଙ୍କ ଗବେଷଣାକୁ ଅପେକ୍ଷା କରିଛି। ଏ ସମ୍ପର୍କରେ ଶିକ୍ଷାବିତ୍‌ ପ୍ରଣବ ପ୍ରକାଶ ଜେନା କହିଛନ୍ତି, ଶ୍ରୀକ୍ଷେତ୍ରଧାମରୁ କେତେଜଣ ଅନ୍ବେଷଣକାରୀ ସୁଭଦ୍ରାଙ୍କ ଚକାସନକୁ ଶ୍ରୀକ୍ଷେତ୍ରର ବୋଲି ଦାବି କରିଥିଲେ। ତେବେ ଏଥିପାଇଁ ଆହୁରି ଗବେଷଣା ଓ ତର୍ଜମାର ଆବଶ୍ୟକତା ଅଛି। ଇନ୍ଦୁପୁରର ଶ୍ରଦ୍ଧାଳୁ ଚନ୍ଦନ କୁମାର ସାହୁ କହିଛନ୍ତି, କେନ୍ଦ୍ରାପଡ଼ା ସହରର ଇଚ୍ଛାପୁରରେ ଥିବା ଶ୍ରୀବଳଦେବଜୀଉଙ୍କ ମନ୍ଦିରଠାରୁ ଏହା ପୁରୁଣା। ଏବେ ପଥର ଦେଉଳର କ୍ଷୟକୁ ରୋକିବା ପାଇଁ ସିମେଣ୍ଟ ପ୍ଲାଷ୍ଟର ଓ ମାର୍ବଲ ଯୋଡେଇ ହୋଇଛି। ତେବେ ଏହି ମନ୍ଦିରର କିଛି ଅଂଶରେ ଥିବା ପୁରୁଣା ଦେବଦେବୀ ଓ ଅନ୍ୟ ପାର୍ଶ୍ୱ ଦେବତା ମୂର୍ତ୍ତିକୁ ଦେଖିବା ପାଇଁ ଛଡାଯାଇଛି। ଏହି ପୁରାତନ ମନ୍ଦିରର ପ୍ରଚାର ପ୍ରସାର ନ ଥିବାରୁ ଅବହେଳିତ ହୋଇ ପଡ଼ି ରହିଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri