୩ ହଜାର ଆମେରିକାବାସୀ ରୁଷିଆ ବିରୋଧରେ ଉଠାଇବେ ବନ୍ଧୁକ…

କ୍ୱିଭ୍‌, ୬।୩ : ୟୁକ୍ରେନ ଉପରେ ରୁଷିଆ ଆକ୍ରମଣକୁ ଇତିମଧ୍ୟରେ ୧୧ ଦିନ ବିତିଛି। ୟୁକ୍ରେନ୍‌ର ଗୋଟିଏ ପରେ ଗୋଟିଏ ସହର ରୁଷିଆ ସୈନ୍ୟ ଦଖଲ କରୁଛନ୍ତି। ତେବେ ୟୁକ୍ରେନବାସୀଙ୍କ ଲଢୁଆ ମନୋଭାବ ରୁଷିଆ ସୈନ୍ୟଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି।

ଏପରିସ୍ଥଳେ ରୁଷିଆ ସୈନ୍ୟଙ୍କ ବିରୋଧରେ ଲଢ଼ିବା ପାଇଁ ୩ ହଜାର ଆମେରିକାବାସୀ ଅଣ୍ଟା ଭିଡ଼ିଛନ୍ତି।
ଏହି ଆମେରିକୀୟ ସ୍ବେଚ୍ଛାସେବୀ ରୁଷିଆ ବିରୋଧରେ ଅନ୍ତର୍ଜାତୀୟ ବାଟାଲିୟନରେ ଯୋଗଦେବାକୁ ପ୍ରସ୍ତୁତ ହେଉଛନ୍ତି। ସ୍ବେଚ୍ଛାସେବୀମାନେ ୟୁକ୍ରେନର ଆହ୍ବାନରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛନ୍ତି।

ୟୁକ୍ରେନର ସଶସ୍ତ୍ର ବାହିନୀର ଜେନେରାଲ ଷ୍ଟାଫ କହିଛନ୍ତି ଯେ ରୁଷିଆ ବିରୋଧରେ ଲଢ଼ିବାକୁ ଚାହୁଁଥିବା ବ୍ୟକ୍ତିମାନେ ଏନେଇ ସେମାନଙ୍କ ଦେଶରେ ଥିବା ୟୁକ୍ରେନ ଦୂତାବାସରେ ଆବେଦନ କରିପାରିବେ।

Share