Categories: ଜାତୀୟ

ଚାଇନା ନାଗରିକଙ୍କ ପାଇଁ ଦିଲ୍ଲୀର ୩ ହଜାର ହୋଟେଲ-ଗେଷ୍ଟ ହାଉସ୍‌ ବନ୍ଦ

ନୂଆଦିଲ୍ଲୀ, ୨୫।୬: ଚାଇନା ପ୍ରତି ଭାରତୀୟଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି ହୋଇଛି। ଗଲଓ୍ବାନ ଘାଟିରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଏଭଳି ଭାବନା ବଢ଼ିବାରେ ଲାଗିଛି। ଦିଲ୍ଲୀର ୩ ହଜାର ହୋଟେଲ ଏବଂ ଗେଷ୍ଟ ହାଉସ୍‌ରେ ଚାଇନା ନାଗରିକଙ୍କୁ ରହିବା ପାଇଁ ମନା କରାଯାଇଛି। ଏନେଇ ଦିଲ୍ଲୀର ହୋଟେଲ ଏବଂ ଗେଷ୍ଟ ହାଉସ୍‌ ସଂଘ ପକ୍ଷରୁ ନିଷ୍ପତ୍ତି ଗ୍ରହଣ ହୋଇଛି। ସଂଘର ଅଧ୍ୟକ୍ଷ ମହେନ୍ଦ୍ର ଗୁପ୍ତା ଏସମ୍ପର୍କରେ ସୂଚନା ଦେଇଛନ୍ତି। ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଚାଇନା ସାମଗ୍ରୀ ବହିଷ୍କାର ପାଇଁ ଅଭିଯାନ ଜାରି ରହିଥିବାବେଳେ ଦିଲ୍ଲୀର ହୋଟେଲ ଏବଂ ଗେଷ୍ଟ ହାଉସ୍‌ ସଂଘ ଏଥିରେ ସାମିଲ ହୋଇଥିବା ସେ କହିଛନ୍ତି।

Share