ଗୋଟିଏ ଭୁଲ୍‌ ପାଇଁ କ୍ଷତି ହେଲା ୩୦ ହଜାର କୋଟି…

ଲିସବନ୍‌,୧୬।୬: ଗୋଟିଏ ଭୁଲ୍‌ ପାଇଁ ସାଙ୍ଗେ ସାଙ୍ଗେ ୩୦ ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା। ପର୍ତ୍ତୁଗାଲ ଫୁଟବଲ ଟିମ୍‌ର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭୁଲ୍‌ ଯୋଗୁ କୋକା କୋଲା କମ୍ପାନୀର ଶେୟାରରେ ଅଳ୍ପ କିଛି ମିନିଟ୍‌ ମଧ୍ୟରେ ୨୯,୩୦୦ କୋଟି ଟଙ୍କାର କ୍ଷତି ହୋଇଥିଲା। ଏହି ଘଟଣା ୟୁରୋ ୨୦୨୦ ମ୍ୟାଚ୍‌ ପୂର୍ବରୁ ହୋଇଥିଲା। ହଙ୍ଗେରୀ ସହିତ ପର୍ତ୍ତୁଗାଲର ମ୍ୟାଚ୍‌ ପୂର୍ବରୁ ଏକ ଗଣମାଧ୍ୟମ ସମ୍ମିଳନୀରେ ରୋନାଲ୍ଡୋ ଅଜାଣତରେ ଟେବୁଲ ଉପରେ ପ୍ରଚାର ଉଦ୍ଦେଶ୍ୟରେ ରଖାଯାଇଥିବା ଦୁଇଟି କୋକା କୋଲା ବୋତଲକୁ ହଟାଇ ଦେଇଥିଲେ। ଏହା ସହିତ ସେ କହିଥିଲେ କୋଲ୍ଡ ଡ୍ରିଙ୍କସ୍‌ ନୁହେଁ ଆମର ଅଭ୍ୟାସ ପାଣି ପିଇବା ହେବା ଆବଶ୍ୟକ ବୋଲି କହି ଟେବୁଲରେ ଥିବା ପାଣି ବୋତଲକୁ ଅଙ୍ଗୁଳି ସୂଚିତ କରିଥିଲେ। ରୋନାଲ୍ଡୋଙ୍କ ଏଭଳି ପରାମର୍ଶ ଯୋଗୁ କୋକା କୋଲା କମ୍ପାନୀ ବଡ଼ କ୍ଷତି ହୋଇଥିଲା। ୟୁରୋ ୨୦୨୦ ମ୍ୟାଚ୍‌ର ପ୍ରୋତ୍ସାହକ ଭାବେ କୋକା କୋଲା ଚୁକ୍ତିବଦ୍ଧ ଥିଲା। ଅଜାଣତରେ ରୋନାଲ୍ଡୋଙ୍କ ଏଭଳି କାମ ଯୋଗୁ କୋକା କୋଲାର ଶେୟାର ହ୍ରାସ ପାଇଥିଲା। ପରେ ଏହାର ୨୦ ସେକେଣ୍ଡର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଥିଲା।

Share