ମୁମ୍ବାଇ,୧୫।୩: ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ଲଞ୍ଚ ହୋଇଥିବା ଭାରତ ଇ-ଭେଣ୍ଡର ଆପ୍ରେ ୩୦ ହଜାର ସେଲର ଯୋଡି ହୋଇଛନ୍ତି। ଶୀଘ୍ର ଭାରତ ଇ-ମାର୍କେଟ ଆପ୍ଲିକେଶନକୁ ସିଏଆଇଟି ଶୁଭାରମ୍ଭ କରିବ। ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଏଭଳି ରେସପନ୍ସ ଲାଭ କରିଥିବା ସିଏଆଇଟି ପ୍ରକାଶ କରିଛି। ସିଏଆଇଟି ସଭାପତି ବି.ସି. ଭାରତୀୟା କହିଛନ୍ତି, ଏଭଳି ରେସପନ୍ସକୁ ଦେଖି ଅତ୍ୟନ୍ତ ଖୁସି। ଏହାକୁ ଦେଖିଲେ ଜଣାପଡୁଛି ଯେ, ବିଦେଶୀ ଇ-କମର୍ସ କମ୍ପାନୀଗୁଡିକ ଭାରତୀୟ ସେଲରଙ୍କୁ ଠିକ୍ ସୁଯୋଗ ଦେଉନାହାନ୍ତି। ଭାରତ ଇ-ମାର୍କେଟ ପୋର୍ଟାଲ ଲାଗି ୪୦ ଟ୍ରେଡ ଲିଡରଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ଚୟନ କରାଯାଇଥିବା ଭାରତୀୟା କହିଛନ୍ତି। ଭାରତ ଇ-ମାର୍କେଟ ଲାଗି ସିଏଆଇଟି ମଙ୍ଗଳବାର ଭେଣ୍ଡର ଅନବୋର୍ଡିଂ ମୋବାଇଲ ଆପ୍ଲିକେଶନ ଶୁଭାରମ୍ଭ କରିଥିଲା। ଏଥିରେ ରେଜିଷ୍ଟର କରି ବିଜ୍ନେସ ଏବଂ ସର୍ଭିସ ପ୍ରୋଭାଇଡରମାନେ ନିଜର ଇ-ଦୋକାନ ଖୋଲିପାରିବେ। ପୋର୍ଟାଲ ସମ୍ପୂର୍ଣ୍ଣ ସ୍ବଦେଶୀ ହୋଇଥିବା ବେଳେ ଦେଶର ସମସ୍ତ ନିୟମକୁ ପାଳନ କରିବ। ଉଲ୍ଲେଖଯୋଗ୍ୟ, ବିଦେଶୀ କମ୍ପାନୀଗୁଡିକ ବିଭିନ୍ନ ନିୟମ ଉଲ୍ଲଂଘନ କରୁଥିବା ସଂଘ ଅଭିଯୋଗ ଆଣୁଛି।