Categories: ମେଟ୍ରୋ

୩୦୧ ଇନ୍ସପେକ୍ଟରଙ୍କୁ ଡିଏସ୍‌ପି ପାହ୍ୟା

ଭୁବନେଶ୍ୱର,୩୧।୧(ବ୍ୟୁରୋ): ଓଡ଼ିଶା ପୋଲିସ ଇନ୍ସପେକ୍ଟର ର଼୍ୟାଙ୍କ୍‌ରେ ବଡ଼ଧରଣର ପଦୋନ୍ନତି କରାଯାଇଛି। ବିଭିନ୍ନ ଥାନାରେ କାର୍ଯ୍ୟରତ ୩୦୧ ଇନ୍ସପେକ୍ଟରଙ୍କୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ମିଳିଛି। ଏ ନେଇ ଶନିବାର କଟକସ୍ଥିତ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଥିବା ଇନ୍ସପେକ୍ଟରଙ୍କ ମଧ୍ୟରୁ କଟକ-ଭୁବନେଶ୍ୱର କମିଶନରେଟ୍‌ ପୋଲିସର ୧୪ଜଣ ରହିଛନ୍ତି। ସେମାନେ ହେଲେ ଭୁବନେଶ୍ୱରର ଖାରବେଳ ନଗର ଥାନା ଇନ୍ସପେକ୍ଟର ଅରୁଣ ସ୍ବାଇଁ, ନୟାପଲ୍ଲୀ ଥାନାର ଶରତ କୁମାର ସାହୁ, ଏୟାରଫିଲ୍ଡ ଥାନାର ଦୀପକ ମିଶ୍ର, କ୍ୟାପିଟାଲ ଥାନାର ଗିରିଜା ଶଙ୍କର ଚକ୍ରବର୍ତ୍ତୀ, ଲକ୍ଷ୍ମୀସାଗର ଥାନାର ଭରତ ସାହୁ, ସିପି ଅଫିସ୍‌ର ଅମିତାଭ ତ୍ରିପାଠୀ ଓ ମାନସୀ ପାତ୍ର। ସେହିପରି କଟକ ସହରାଞ୍ଚଳର ସ୍ପେଶାଲ ସ୍କ୍ବାଡ୍‌ ଇନ୍ସପେକ୍ଟର ଅଜୟ କୁମାର ଦାସ, ଚାଉଳିଆଗଞ୍ଜ ଥାନା ଇନ୍ସପେକ୍ଟର ତାପସ ରଞ୍ଜନ ପ୍ରଧାନ, ଫେଜ୍‌-୨ ଥାନା ଇନ୍ସପେକ୍ଟର ବିଜୟିନୀ ସିଂହ, ଲାଲବାଗ ଥାନାର ଆଶୁତୋଷ ମିଶ୍ର, ବିଡାନାସୀ ଥାନାର ଏସ୍‌.ଏନ୍‌ ତିୱାରୀ, କନ୍ଦରପୁର ଥାନାର ସତ୍ୟଜିତ୍‌ ଦାସ ଓ ପୁରୀଘାଟ ଥାନା ଆଇଆଇସି ରଶ୍ମିରଞ୍ଜନ ସାହୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ନୂତନ ନିଯୁକ୍ତି ମିଳିବା ପର୍ଯ୍ୟନ୍ତ ବର୍ତ୍ତମାନର ସ୍ଥାନରେ କାର୍ଯ୍ୟ କରିବେ।

Share