ଆଜି ରାଜ୍ୟରୁ ୩୦୩୧ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ସୋମବାର ରାଜ୍ୟରୁ ୩୦୩୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୮୦,୫୩୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୭୩୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୨୯୩ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୮୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୯୫ ଏବଂ ବାଲେଶ୍ୱର ୨୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୧୨୧, ବରଗଡ଼ ୩୯, ଭଦ୍ରକ ୧୩୫, ବଲାଙ୍ଗୀର ୩୦, ବୌଦ୍ଧ ୪୦, ଦେବଗଡ଼ ୧୧, ଢେଙ୍କାନାଳ ୯୦, ଗଜପତି ୨୫, ଗଞ୍ଜାମ ୨୬, ଜଗତସିଂହପୁର ୧୦୭, ଯାଜପୁର ୨୨୬, ଝାରସୁଗୁଡ଼ା ୧୭, କଳାହାଣ୍ଡି ୩୯, କନ୍ଧମାଳ ୩୮, କେନ୍ଦ୍ରାପଡ଼ା ୧୧୮, କେନ୍ଦୁଝର ୬୮, କୋରାପୁଟ ୬୮, ମାଲକାନଗିରି ୪୩, ମୟୂରଭଞ୍ଜ ୧୬୭, ନବରଙ୍ଗପୁର ୬୩, ନୟାଗଡ଼ ୧୪୦, ନୂଆପଡ଼ା ୨୦, ପୁରୀ ୧୮୦, ରାୟଗଡ଼ା ୪୪, ସମ୍ବଲପୁର ୩୦, ସୋନପୁରରୁ ୨୨ ଏବଂ ସୁନ୍ଦରଗଡ଼ରୁ ୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୭୮।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮,୮୦,୫୩୩ରେ ପହଞ୍ଚିଥିବା ବେଳେ ୮,୪୦,୨୧୪ଜଣ ସୁସ୍ଥ ହୋଇଛନ୍ତି। ୩୬,୬୩୩ ଜଣ ଚିକିିତ୍ସିତ ହେଉଛନ୍ତି।

Share