ଦିନକରେ ଭୁବନେଶ୍ୱରରୁ ୩୦୭ କରୋନା ପଜିଟିଭ

ଭୁବନେଶ୍ବର,୧୪।୪: ରାଜଧାନୀ ଭୁବନେଶ୍ବରରୁ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୩୦୭ ନୂଆ ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୬୯ ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୨୩୮ ସ୍ଥାନୀୟ ଅଞ୍ଚଳରୁ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୧୪୮୧ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ଖଣ୍ଡଗିରି ଅଞ୍ଚଳରୁ ସର୍ବାଧିକ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୟାପଲ୍ଲୀରୁ ୧୯, ପଟିଆରୁ ୧୭, ଚନ୍ଦ୍ରଶେଖରପୁରରୁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share