ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୩୦୭ କରୋନା ଆକ୍ରାନ୍ତ: ଓୟୁଏଟି କଲୋନୀରୁ ସର୍ବାଧିକ

ଭୁବନେଶ୍ୱର,୧।୯(ବ୍ୟୁରୋ): ରାଜଧାନୀରେ ହୁ ହୁ ହୋଇ ମାଡ଼ିଚାଲିଛି କରୋନା। ମଙ୍ଗଳବାର ପୁଣି ଭୁବନେଶ୍ୱରରୁ ୩୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୩୫ କ୍ୱାରାଣ୍ଟାଇନ୍‌ର ଥିବା ବେଳେ ୧୭୨ ଲୋକାଲ କେସ୍‌ ରହିଛି। ତେବେ କ୍ୱାରାଣ୍ଟାଇନ୍‌ କେସ୍‌ ମଧ୍ୟରୁ ୨୦ଜଣ ଓୟୁଏଟି କଲୋନୀରୁ ଚିହ୍ନଟ ହୋଇଛନ୍ତି।  ଆଜିର  ସଂଖ୍ୟା ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୦,୭୩୨କୁ ବୃଦ୍ଧି ପାଇଛି। ତନ୍ମଧ୍ୟରୁ ୬,୬୩୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪,୦୪୩ ଆକ୍ଟିଭ୍‌ କେସ୍‌ ରହିଛି। ସେହିଭଳି ୪୨ଜଣଙ୍କ ମୃତ୍ୟୁ ଘଟିଥିବା  ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

Share