ରାଜ୍ୟରେ ଚିହ୍ନଟ ହେଲେ ୩୦୮୬ କରୋନା ପଜିଟିଭ୍‌, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୦୮୬ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୪୫୪ ଜଣ ପିଲା ଅଛନ୍ତି। ୧୭୯୭ ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୧୨୮୯ ଲୋକାଲ କେସ ରହିଛି। ଏନେଇ ମଙ୍ଗଳବାର ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୫୨ ଥିବା ବେଳେ ଅନୁଗୋଳରୁ ୮୨, ବାଲେଶ୍ୱରରୁ ୭୬, ବରଗଡ଼ରୁ ୩୬, ଭଦ୍ରକରୁ ୭୭, ବଲାଙ୍ଗୀରରୁ ୭୬, ବୌଦ୍ଧରରୁ ୧୬, କଟକରୁ ୩୨୫, ଦେବଗଡ଼ରୁ ୬୯, ଢେଙ୍କାନାଳରୁ ୭୧, ଗଜପତିରୁ ୬୩, ଗଞ୍ଜାମରୁ ୪୬, ଜଗତସିଂହପୁରରୁ ୭୪, ଯାଜପୁରରୁ ୧୪୯, ଝାରସୁଗୁଡ଼ାରୁ ୬୯, କଳାହାଣ୍ଡିରୁ ୭୭, କନ୍ଧମାଳରୁ ୨୪, କେନ୍ଦ୍ରାପଡ଼ାରୁ ୪୯, କେନ୍ଦୁଝରରୁ ୩୯,କୋରାପୁଟରୁ ୪୪, ମାଲକାନଗିରିରୁ ୩୦, ମୟୂରଭଞ୍ଜରୁ ୧୦୯, ନବରଙ୍ଗପୁରରୁ ୮୪, ନୟାଗଡ଼ରୁ ୧୧୦, ନୂଆପଡ଼ାରୁ ୧୦୬, ପୁରୀରୁ ୪୨, ରାୟଗଡ଼ାରୁ ୪୦, ସମ୍ବଲପୁରରୁ ୭୫, ସୋନପୁରରୁ ୩୫, ସୁନ୍ଦରଗଡ଼ରୁ ୨୧୬ ଏବଂ ଷ୍ଟେଟ ପୁଲ୍‌ରୁ ୧୨୫ ଜଣ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ଟିଭ କେସ ସଂଖ୍ୟା ୪୨,୦୯୮ହୋଇଛି।

 

Share